Latest Odisha News

BREAKING NEWS

ନୂଆଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କ ପାଇଁ ଦିଲ୍ଲୀରେ ରହିବା କଷ୍ଟକର ହୋଇପଡିଛି । ପ୍ରଦୂଷିତ ବାୟୁ ଏବେ ଲୋକଙ୍କ ଜୀବନ ନେଉଛି । ଖରାପ ବାୟୁ ଗୁଣବତ୍ତା ସହିତ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି । ଏହି ରିପୋର୍ଟ ଦେଇଛି ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର୍ ।

ଏହି ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ ପୁଣିଥରେ ଭାରତର ରାଜଧାନୀ ବିଶ୍ବର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ଶୀର୍ଷରେ ରହିଛି । ଦିଲ୍ଲୀର ବାୟୁ ଗୁଣାବତ୍ତା ସବୁଠାରୁ ନିମ୍ନ ସ୍ତରରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ପ୍ରଦୂଷିତ ସହର ଭାବେ ସବୁଠୁ ଆଗରେ ରହିଛି ବିହାରର ବେଗୁସରାୟ ।

ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର ଦ୍ବାରା ବାୟୁ ଗୁଣାବତ୍ତା ରିପୋର୍ଟ ୨୦୨୩ ଅନୁସାରେ, ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ଭାରତ ରହିଛି । ଭାରତରେ ପିଏମ ୨.୫ ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର । ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ । ତୃତୀୟ ସ୍ଥାନରେ ରହିଛି ଭାରତ ।

ସେହିପରି ୨୦୨୨ର ରିପୋର୍ଟ ମୁତାବକ, ଭାରତ ଅଷ୍ଟମ ସ୍ଥାନରେ ଥିଲା । ହାରାହାରି ପିଏମ୍ ୨.୫ ଘନତ୍ୱରେ ୫୩.୩ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟରରେ ରହିଥିଲା । ତେବେ ୨୦୧୮ ମସିହା ପରଠାରୁ ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ରହି ଆସୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ଅକାଳ ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ ଦାୟୀ । ପିଏମ୍ ୨.୫ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ବଢ଼ୁଥିବା ପ୍ରଦୂଷଣ ପାଇଁ ଲୋକେ ଆସ୍ଥମା, କ୍ୟାନସର, ଫୁସଫୁସ୍, ହାର୍ଟ ଆଟାକ ପରି ରୋଗର ଶିକାର ହେଉଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ପିଏମ୍ ୨.୫ ର ବର୍ଦ୍ଧିତ ସ୍ତରର ସଂସ୍ପର୍ଶରେ ଆସିବା ଆଖି, ନାକ, ଗଳା, ଫୁସଫୁସ ଏବଂ ହାର୍ଟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । ଆଖିରେ ଉତ୍ତେଜନା, ଜଳାପୋଡା ହେବା, ନିଃଶ୍ବାସ ନେବାରେ ଅସୁବିଧା, କାଶ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ଅଧିକା ହୋଇଥାଏ । ତେବେ ଏଭଳି ସ୍ଥିତିରେ ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରିଯିବା ଉଚିତ୍ ।

Leave A Reply

Your email address will not be published.