Latest Odisha News

BREAKING NEWS

ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ବାନ୍ଧିଲା ବାଲିପାଟଣା ପୋଲିସ । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ।

ସୂଚନା ଅନୁସାରେ, ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନୂଆସାହି ନିକଟ ମହଲା ସାହିର ଅକ୍ଷୟ ମାଝୀଙ୍କୁ ଗତ ୧୭ତାରିଖ ରାତିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା । ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀ ମାଝୀ ଏନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଏକତରଫା ପ୍ରେମ କାରଣରୁ ଅକ୍ଷୟଙ୍କ ହତ୍ୟା ହୋଇଥିବା ଜଣା ପଡିଛି ।

ପୂର୍ବରୁ ଅକ୍ଷୟଙ୍କ ସ୍ତ୍ରୀ ଶ୍ରାବଣୀକୁ ସ୍ଥାନୀୟ ଗାଁର ଦିଲୁ ଭୋଇ ନାମକ ଜଣେ ଯୁବକ ବାରମ୍ବାର ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇଥିଲେ । ଏହାକୁ ବିରୋଧ କରିଥିଲେ ଅକ୍ଷୟ । ଏଥିପାଇଁ ଅକ୍ଷୟ ଓ ଦିଲୁ ମଧ୍ୟରେ ବାରମ୍ବାର ପୂର୍ବରୁ ବଚସା ହୋଇଥିଲା । ପରେ ଅକ୍ଷୟ ଏବଂ ଦିଲୁ ହାତାହାତି ମଧ୍ୟ ହୋଇଥିଲେ। ସେହି ରାଗ ରଖି ଦିଲୁ ଏଭଳି କାଣ୍ଡ ଭିଆଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ।

Leave A Reply

Your email address will not be published.