Latest Odisha News

ରାଜ୍ୟକୁ ଫେରିଛି ତାତି, ସକାଳ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ସହ ଭୁବନେଶ୍ଵର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ଵର: ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ଆଜି ସକାଳ ୮.୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୨.୬ ଡିଗ୍ରୀ ଛୁଇଁଛି ।

ସେହିପରି ପାରାଦ୍ୱୀପ, ପୁରୀ ଏବଂ କେନ୍ଦୁଝରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୧.୬ ଡିଗ୍ରୀ, ଝାରସୁଗୁଡାରେ ୩୦.୮ ଡିଗ୍ରୀ, ହୀରାକୁଦରେ ୩୦.୨ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ସମ୍ବଲପୁର ଓ ରାଉରକେଲାରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଗାମୀ ୬ଦିନ ଯାଏ ରାଜ୍ୟରେ ଏଭଳି ହିଟୱେଭ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ । ଏନେଇ କଟକ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେର୍କଡ କରାଯାଇଛି । ସେହିପରି ମାଲକାନଗିରିରେ ୩୯.୯, ଭୁବନେଶ୍ୱରରେ ୩୯.୬, ଜଗତସିଂହପୁରରେ ୩୯.୫, ଚାନ୍ଦବାଲିରେ ୩୯.୪, ଝାରସୁଗୁଡାରେ ୩୮.୯, ତାଲଚେରରେ ୩୮.୮ ଏବଂ ଯାଜପୁର, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.