କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା ଏବଂ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଥାନାର ଆବଶ୍ୟକତା ରହିଛି । ପୁର୍ବରୁ ଏହି ଥାନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଜି ତାହା ପୂରଣ ହୋଇଛି । ଦ୍ୱେତନଗରୀକୁ ମିଶାଇ ରାଜ୍ୟରେ ମୋଟ୍ ୫୦୦ଟି ଜାତୀୟ ରାଜପଥ ଥାନା କରାଯାଇଥିବା କହିଛନ୍ତି ଡିଜିପି ଶ୍ରୀ ଅଭୟ ।
ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ଜାତୀୟ ରାଜପଥରେ ଥାନା କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀ ଅଭୟ । ତେବେ ଏହି ଥାନା ହେବା ଦ୍ଵାରା ଅନେକଙ୍କ ସୁବିଧା ସୁଯୋଗ ହେବ ବୋଲି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।
Comments are closed.