Latest Odisha News

BREAKING NEWS

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଏହି ବିସ୍ଫୋରକ କ୍ରିକେଟର୍ !

ଭୁବନେଶ୍ୱର: ବିସ୍ପୋରକ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ ପୁରନ୍ । ନିକଟରେ ଏହି କ୍ରିକେଟର ଆଇପିଏଲରେ ଧୁଆଁଧାର ବ୍ୟାଟିଂ ଜରିଆରେ ବୋଲରଙ୍କ ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଏହି କ୍ରିକେଟର ଜଣକ ନିଜ ପ୍ରେମିକା ଆଗରେ ମୁଣ୍ଡ ମୁଆଁଛନ୍ତି । ଦୀର୍ଘ ବର୍ଷର ପ୍ରେମିକା କ୍ୟାଥରିନା ମିଗ୍ୟେୁଲଙ୍କ ସହ ନିକୋଲାସ୍ ଏନଗେଜମେଣ୍ଟ କରିଛନ୍ତି । ଏ ନେଇ ଖୋଦ କ୍ରିକେଟର୍ ଜଣକ ସୋସିଆଲ୍ ମିଡିଆରେ ମଧ୍ୟ ଜଣାଇଛନ୍ତି ।

 

View this post on Instagram

 

A post shared by ?? Nicholas Pooran (@nicholaspooran)

ଉଭୟ ନିକୋଲାସ୍ ଓ କ୍ୟାଥରିନ୍ ଆଇିପିଏଲ ସମୟରେ ଦୁବାଇରେ ଏକାଠି ରହିଥିଲେ । ଟି୨୦ ମ୍ୟାଚ୍ ପାଇଁ ନିକୋଲସ୍ ଏବେ ନ୍ୟୁ-ଜିଲ୍ୟାଣ୍ଡରେ ଡେରା ପକାଇଛନ୍ତି । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଏହି କ୍ରିକେଟରଙ୍କ ଚାହିଦା ଢେର ବଢିଯାଇଛି । ସେଥିପାଇଁ ନ୍ୟୁ-ଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପରେ ସେ ବିଗ୍ ବାସ୍ ଲିଗ୍‌ରେ ମେଲବର୍ଣ୍ଣ ଦଳ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ।

Leave A Reply

Your email address will not be published.