ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର ତାପମାତ୍ରା ବଢ଼ିବ ବୋଲି ସିଇସି ପକ୍ଷରୁ କୁହାଯାଉଥିବା ବେଳେ ଉତର
ଭାରତ ପଟରୁ ଉତରା ପଶ୍ଚିମ ପବନର ପ୍ରବାହ ଯୋଗୁଁ ବର୍ତମାନ ଶୀତର ପ୍ରକୋପ ରହିଥିବା କୁହାଯାଇଛି ।
ଆସନ୍ତା ଜାନୁଆରୀ ୧୫ ରୁ ସକାଳେ କୁହୁଡି ମଧ୍ୟ ଅନୁଭୂତ ହେବ ବୋଲି ସିଇସି ସୂଚନା ଦେଇଛନ୍ତି।
ସେହିପରି ଜାନୁଆରୀ ୧୮ ତାରିଖରୁ ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର
ସମ୍ଭାବନା ରହିଛି ।
Comments are closed.