ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ ବିନ୍ଦୁମାଧବଙ୍କ ପୁତ୍ର ହେଲେ ନିହାର । ୧୯୯୬ରେ ବିନ୍ଦୁମାଧବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ରାଜନୀତିରେ ସକ୍ରିୟ ନ ରହି ଫିଲ୍ମ ନିର୍ମାତା ଥିଲେ । ଏହା ପୂର୍ବରୁ ବାଲ ଠାକରେଙ୍କ ବୋହୂ ସ୍ମିତା ଠାକରେ ମଧ୍ୟ ଏକନାଥଙ୍କୁ ଭେଟିଥିଲେ । ଏହା ଏକ ଔପଚାରିକ ଭେଟ ଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏକନାଥ ସିନ୍ଧେ ୪୦ ଶିବସେନା ବିଧାୟକ ଓ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥଙ୍କୁ ୧୨ ଶିବସେନା ସାଂସଦଙ୍କ ସମର୍ଥନ ମଧ୍ୟ ରହିଛି ।
BREAKING NEWS
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
Comments are closed.