Latest Odisha News

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଯେଉଁଥିରେ ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଥିଲା ।

ଏହି ପ୍ରକଳ୍ପ ଅଧିନରେ ୮ଟି ନୀଳାଦ୍ରି ନିଳୟ କିମ୍ବା ପୁନର୍ବାସ କେନ୍ଦ୍ର ପୁରୀରେ କାର୍ଯ୍ୟ କରିବ । ପ୍ରତ୍ୟେକ ନୀଳାଦ୍ରି ନିଳୟରେ ଅତିକମରେ ୫୦ଜଣ ଭିକାରୀଙ୍କ ଖାଇବା ଓ ରହିବା ବ୍ୟବସ୍ଥା ହେବ । ଏହା ବ୍ୟତୀତ ପ୍ରଶାସନ ତାଙ୍କୁ ଜୀବିକା ଉପାର୍ଜନ ପାଇଁ ରାସ୍ତା ଦେଖାଇବ ।

Comments are closed.