ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।
ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଯେଉଁଥିରେ ଏହି ଯୋଜନାର ପ୍ରକାର ଭିତ୍ତି ଉପରେ ଆଲୋଚନା ହୋଇଛି, ଯାହାକି ଭିକାରୀଙ୍କ ସହ ପରାମର୍ଶ କରିବା ପରେ ଏହି ଯୋଜନାକୁ ଗତି ପ୍ରଦାନ କରିବ ।
ଏହି ପ୍ରକଳ୍ପ ଅଧିନରେ ୮ଟି ନୀଳାଦ୍ରି ନିଳୟ କିମ୍ବା ପୁନର୍ବାସ କେନ୍ଦ୍ର ପୁରୀରେ କାର୍ଯ୍ୟ କରିବ । ପ୍ରତ୍ୟେକ ନୀଳାଦ୍ରି ନିଳୟରେ ଅତିକମରେ ୫୦ଜଣ ଭିକାରୀଙ୍କ ଖାଇବା ଓ ରହିବା ବ୍ୟବସ୍ଥା ହେବ । ଏହା ବ୍ୟତୀତ ପ୍ରଶାସନ ତାଙ୍କୁ ଜୀବିକା ଉପାର୍ଜନ ପାଇଁ ରାସ୍ତା ଦେଖାଇବ ।
Comments are closed.