Latest Odisha News

୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ନିଶା ବ୍ୟବସାୟ ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଏହାସହ ସେମାନଙ୍କ ଠାରୁ ପାଖାପାଖି ୧୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ହେଉଛନ୍ତି ସ୍ଥାନୀୟ ଅନ୍ଧିଆ ଶାସନର ମାଧବାନନ୍ଦ ଦାସ, ଭୁବନିପୁର ଗ୍ରାମର ରାକେଶ ଦଳାଇ, ସର୍ବପଡାର ସଦାଶିବ ପଣ୍ଡା ଓ ପାଟପୁରର ମହେନ୍ଦ୍ର ସ୍ୱାଇଁ ।

ଏହି ଯୁବକ ମାନେ ଗ୍ରୀଡ଼ ନିକଟରେ ଥିବା ଦିଘାଳ ଜଙ୍ଗଲରେ ନିଶା ବ୍ୟବସାୟ କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି।

Comments are closed.