Latest Odisha News

BREAKING NEWS

ଫୋନ କରିଥିଲେ ଜୋ ବାଇଡେନ, ଶୁଭେଚ୍ଛା ଜଣାଇଲେ ମୋଦି: ଏସବୁ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋ ବାଇଡେନଙ୍କ ପ୍ରଥମ ଫୋନ କଲ୍ । କଥା ହେଲେ ଦୁଇ ନେତା । ଆମେରିକାର ନିବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନରେ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ କିଛି ସମୟ କଥାବର୍ତ୍ତା ହୋଇଥିଲେ । ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା କରିଛନ୍ତି ବାଇଡେନ୍-ମୋଦି ।

ଜଳବାୟୁ ପରିବର୍ତ୍ତନ ଓ କରୋନା ମହାମାରୀ ଉପରେ ମଧ୍ୟ ଆଲୋଚନା ହୋଇଛି । ବିଶେଷ କରି କରୋନା ଟିକା ସମ୍ପର୍କରେ ବି ଦୁଇ ନେତା ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଅବସରରେ ପୁରୁଣା କଥା ମନେ ପକାଇଥିଲେ ମୋଦି-ବାଇଡେନ । ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ବେଳେ ବାଇଡେନ୍ ଉପରାଷ୍ଟ୍ରପତି ଥିଲେ । ସେହିପରି ୨୦୧୬ରେ ଯେତେବେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ ସେତେବେଳେ ବାଇଡେନ୍ ଆମେରିକାର ମିଳିତ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ।

Leave A Reply

Your email address will not be published.