Latest Odisha News

BREAKING NEWS

କରୋନାଭାଇରସ କବଳରେ ଓଡ଼ିଶାର ୨୯ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ନୂଆ ମାମଲା ଚିହ୍ନଟ ହୋଇଛି।

ଏହାଛଡା ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲା ରେ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୯ ଜିଲ୍ଲାକୁ କରୋନାଭାଇରସ ବ୍ୟାପିଛି।

ଏଥିମଧ୍ୟରୁ ଆଜି ଚିହ୍ନଟ ନୂଆ ମାମଲା ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୧୬ କରୋନା ରୋଗୀ ଦେଖାଯାଇଥିବାବେଳେ ସୋନପୁରରେ ଗୋଟିଏ ମାମଲା ରେକର୍ଡ ହୋଇଛି। ବଲାଙ୍ଗୀର (୧୪), ଗଞ୍ଜାମ (୫), ଯାଜପୁର (୨), ବାଲେଶ୍ବର (୪), ଖୋର୍ଦ୍ଧା (୪), ପୁରୀ (୪), କେନ୍ଦ୍ରାପଡା (୬), ନୟାଗଡ଼ (୩), ଅନୁଗୁଳ (୧), କେନ୍ଦୁଝର (୮), କନ୍ଧମାଳ (୭), ଢେଙ୍କାନାଳ (୩) ଏବଂ ଝାରସୁଗୁଡା (୧) ରହିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୭୧ଟି ମାମଲା କ୍ବାରେନଣ୍ଟାଇନ କେନ୍ଦ୍ରର।

Leave A Reply

Your email address will not be published.