ଶ୍ରୀନଗର: ବିଶ୍ବର ସୁଉଚ୍ଚ ବ୍ରିଜରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ବର ସୁଉଚ୍ଚ ଚେନାବ ବ୍ରିଜରେ ଉପରେ ପରୀକ୍ଷାମୂଳକ ଭାବେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଗଡିଛି । କଟରା-ଶ୍ରୀନଗର ଭିତରେ ପ୍ରଥମ କେବୁଲ୍ ଷ୍ଟେ ବ୍ରିଜ ଦେଇ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ କରିଛି ।
ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍, ଚେନାବ ସେତୁ ଉପରେ ଆଜି ପରିକ୍ଷର ମୂଳକ ଭାବେ ଗଡ଼ିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି । ପ୍ରଥମ ଥା ପାଇଁ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି । ଯାହାର ଭିଡିଓ ଜାରି କରିଛି ରେଳ ବିଭାଗ । ତେବେ ପରବର୍ତ୍ତୀ ସମୟରେ ଏହି ଟ୍ରେନ, ଭାରତର ପ୍ରଥମ ଝୁଲା ରେଳ ସେତୁ, ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ ।
ତେବେ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଗଡିଛି । ଏହି ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି । ଟ୍ରେନ୍କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ଗଢେଯାଇଛି, ଯାହା ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ଡ୍ରାଇଭର କୋଚ୍ରେ ଡ୍ରାଇଭର ସିଟ୍ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି । ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍କୁ ଉଷ୍ମତା ପ୍ରଦାନ କରିବ । ଆଉ ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ମଧ୍ୟ ସହଜ ହେବ ।
ତେବେ କହିରଖୁଛୁ, ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍, ଜମ୍ମୁ କଶ୍ମୀରର ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି । ଯାହା ଭୂପୃଷ୍ଠରୁ ୧୧୭୮ ଫୁଟ ଉଚ୍ଚତାରେ ରହିଛି । ଏହି ସେତୁ ଉପରେ ଟ୍ରେନ୍ ଚଳାଚଳ ହେଲେ ଜାମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସାଢ଼େ ୩ ଘଣ୍ଟା ସମୟ ଲାଗିବ ।
Comments are closed.