ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଧୀନସ୍ଥ ଅମ୍ଳଭଟ୍ଟା ଗ୍ରାମର ଏକ ସୁନା ଦୋକନରୁ ବଡ଼ ଧରଣର ଡ଼କାୟତି । ଉକ୍ତ ଚୋରି ଘଟଣାରେ ପୋଲିସ ଜଣେ ନାବାଳକ କୋର୍ଟରେ ହାଜର କରି ପରବର୍ତ୍ତୀ ସମୟରେ ବାଳ ସୁଧାର ଗୃହକୁ ପଠାଇଛି । ଏହି ଘଟଣାରେ ପୋଲିସ ୪୩୧ଗ୍ରାମ ସୁନା ଓ ଗୋଟିଏ ମୋଟରସାଇକେଲ ଜବତ କରିଛି ।
ଜବତ ସୁନା ଗହଣା ଭିତରେ ସୁନା ହାର ୭ଟି, ମଙ୍ଗଳ ସୂତ୍ର ଲକେଟ ୯ଟି, ସୁନା ମୁଦି ୪୮ଟି, ସୁନା ଚେନ୍ ୨ଟି, ମଙ୍ଗଳସୂତ୍ର ପଦକ ୧୨ଟି, କାନ ଫୁଲ ୨୭ ହଳ, ସୁନା ଲକେଟ ୨୬ଟି, କାନର ଟପ୍ ଓ ରିଂ ୬ ହଳ ରହିଛି ।
ସୂଚନାଯୋଗ୍ୟ, ଅମ୍ବାଦଳା ଥାନା ଅଧୀନସ୍ଥ ଅମଳଭଟା ଗ୍ରାମର ଏକ ସୁନା ଦୋକାନୀ ମହେଶ୍ବର ନାୟକ ଡିସେମ୍ବର ୯ ତାରିଖ ସକାଳ ୮ଟା ସମୟରେ ପ୍ରାୟ ୫ଶହ ଗ୍ରାମ ସୁନା ଏକ ବ୍ୟାଗରେ ଧରି ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ଉକ୍ତ ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଏନେଇ ମହେଶ୍ବର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିବା ଆଇଆଇସି କଳ୍ପନା ବେହେରା କେସ ନଂ ୨୮୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଏହି ଘଟଣାକୁ ଗୁରୁତ୍ବର ସହିତ ନେଇ ଏସପି ସ୍ବାଥିଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଏସ୍ଡିପିଓ ରଶ୍ମୀରଞ୍ଜନ ସେନାପତି, ମୁନିଗୁଡ଼ା ଏସ୍ଡିପିଓ ସନ୍ତୋଷୀ ଓରାମ୍, ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀକୁ ନେଇ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରିଥିଲା ପୋଲିସ । ଏହି ଚୋରି ପଛରେ ଜଣେ ନାବାଳକ ଥିବା ପୋଲିସ ଜାଣି ତାଙ୍କୁ ଠାବ କରିବା ସହିତ ମୋଟରସାଇକେଲ ଓ ସୁନାଗହଣା ଜବତ କରିଥିଲା ।
ଏହି ଘଟଣାରେ ଗଞ୍ଜାମ ଜିଲା ଆସ୍କା ଥାନା ଆଇଆଇସି ସହଯୋଗ କରିଥିବା ଏସ୍ପି ସ୍ବାଥି ସୂଚନା ଦେଇଛନ୍ତି । ଏହି ଚୋରିରେ ଅନ୍ୟ ଜଣେ ସମ୍ପୃକ୍ତ ରହିଥିବା ଏବଂ ଉକ୍ତ ଦୁର୍ବୃତ୍ତଙ୍କ ପରିଚୟ ମିଳିଯାଇଥିବା ଏସପି ସାଥି କହିଛନ୍ତି । ତେବେ ଉକ୍ତ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥୁବା କହିଛନ୍ତି ଏସପି ସାଥି ।
Comments are closed.