Latest Odisha News

BREAKING NEWS

ଗୋଟିଏ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ୫% ତଳେ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର  : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ସଂକ୍ରମଣ ଏବେ ତଳମୁହାଁ ରହିଛ  ।ଯାହାକି ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗୋଟିଏ ଜିଲ୍ଲାକୁ ଛାଡି ଆଉ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ ୫ ପ୍ରତିଶତ ତଳେ ରହିଛି ।ତେଣୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ।

ସର୍ଭିଲାନ୍ସ ମଧ୍ୟ ଚାଲିଛି ।ଦିନକୁ ୬୦ ହଜାର ଉପରକୁ ଟେଷ୍ଟିଂ କରାଯାଉଛି ।ଯେହେତୁ ରାଜ୍ୟରେ କୋଭିଡ ସଂକ୍ରମଣ କମିଛି ତେଣୁ ସାର୍ଟିଫିକେଟ ବାଧ୍ୟତାମୂଳକ ନାହିଁ ।ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।ସୂଚନା ଅନୁସାରେ କ୍ରମାଗତ ଭାବେ ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି ।

Comments are closed, but trackbacks and pingbacks are open.