Latest Odisha News

BREAKING NEWS

[ଭିଡିଓ] ସ୍କୁଲ୍ ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କ ହିଜାବ୍ ଖୋଲାଗଲା

କର୍ଣ୍ଣାଟକ: ଆଜି କର୍ଣ୍ଣାଟକର ଏକ ସରକାରୀ ସ୍କୁଲର ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କୁ ହିଜାବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍କୁଲ ପରିସର ଭିତରକୁ ଛାତ୍ରୀମାନେ ପଶିବା ପୂର୍ବରୁ ତାଙ୍କୁ ହିଜାବ ଖୋଲିବା ପାଇଁ କୁହାଯାଇଥିଲା ।

ସୂଚନାଥାଉକି, ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରାୟରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ସବୁ ଖୋଲାଯାଇପାରେ କିନ୍ତୁ କୌଣସି ଧାର୍ମିକ ବସ୍ତ୍ର ପରିଧା କରି ଆସିବାକୁ ମିଳିବ ନାହିଁ ।

ଏକ ଭିଡଓରେ ଦେଖିବାକୁ ମିଳିଛି କି ଜଣେ ମହିଳା ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ ଫାଟକ ସମ୍ମୁଖରେ ଅଟକାଇ ଜଣେ ଛାତ୍ରୀଙ୍କୁ ହିଜାବ ଖୋଲିବାକୁ କହୁଛନ୍ତି । ସ୍କୁଲ ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କୁ ଅଟକାଯାଉଥିବା ଦେଖି କିଛି ଅଭିଭାବକ ଯୁକ୍ତିତର୍କ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବହୁ ଯୁକ୍ତିତର୍କ ହେବା ପରେ ଛାତ୍ରୀମାନେ ମୁହଁରୁ ହିଜାବ ଖୋଲି ସ୍କୁଲ ଭିତରକୁ ପ୍ରବେଶ କରୁଛନ୍ତି ।

ସେହିପରି ଉଡୁପିରେ ମଧ୍ୟ ଏକ ସରକାରୀ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀ ଛାତ୍ରୀ ଏବଂ ତାଙ୍କର ଜଣେ ସହପାଠୀଙ୍କୁ ମଧ୍ୟ ହିଜାବ ଖୋଲିବା ପରେ ତାଙ୍କୁ ସ୍କୁଲ ଭିତରକୁ ଛଡ଼ା ଯାଇଥିଲା ।

ସୂଚନାଯୋଗ୍ୟ, ହିଜାବ ବିବାଦ ପାଇଁ ବନ୍ଦ କର୍ଣ୍ଣାଟକରେ ବନ୍ଦ ଥିବା ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଆଜି ଖୋଲିଛି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବୁଧବାର ପର୍ଯ୍ୟନ୍ତ ବନ୍ଦ ଅଛି ।

Comments are closed, but trackbacks and pingbacks are open.