Latest Odisha News

BREAKING NEWS

ପଳାତକ ନୀରବ ମୋଦିଙ୍କ ଶେଷ ଆବେଦନ ଖାରଜ, ସଫା ହେଲା ଭାରତ ପ୍ରତ୍ୟର୍ପଣ ରାସ୍ତା

ଲଣ୍ଡନ: ମନି ଲଣ୍ଡ୍ରଂ ଅଭିଯୋଗ ଆସିବା ପରେ ନୀରବରେ ଓ ଚୁପଚାପରେ ଭାରତରୁ ଖସି ପଳାଇଥିବା ହୀରା ବ୍ୟବସାୟୀ ଏବେ ସମ୍ପୂର୍ଣ୍ଣଭାବେ ଫସିଲେ । ଗୁରୁବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଶେଷ ଆବେଦନକୁ ଖାରଜ କରିଦେଇଛନ୍ତି । ନୀରବ ଏବେ ମାନସିକ ଚାପଗ୍ରସ୍ତ ହୋଇଛନ୍ତି, ଭାରତ ଗଲେ ଜେଲରେ ଆତ୍ମହତ୍ୟା କରିପାରନ୍ତି ବୋଲି ତାଙ୍କ ଓକିଲମାନେ ବିଭିନ୍ନ ପ୍ରକାରର ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଶେଷରେ ଆବେଦନର ଆବଶ୍ୟକତା ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ ।

ଫେବୃୟାରୀରେ ୱେଷ୍ଟମିନିଷ୍ଟର ଜଜ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଭାରତର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୭୦୦୦ କୋଟି ଟଙ୍କା ଠକି କରି ପଳେଇ ଯାଇଥିଲେ । ଭାରତ ପକ୍ଷରୁ ବାରମ୍ବାର ତାଙ୍କୁ ଆଣିବା ପାଇଁ ଚେଷ୍ଟା ଜାରୀ ରଖା ଯାଇଥିଲା । ନୀରବ ଭାରତରୁ ପଳାଇଯିବା ନେଇ ବିରୋଧୀମାନେ ବର୍ତମାନର ସରକାରଙ୍କୁ ବାରମ୍ବାର ଘେରିଥିଲେ ।

Leave A Reply

Your email address will not be published.