Latest Odisha News

BREAKING NEWS

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କଲେ ଦୋଷୀ ବିନୟ ଶର୍ମା

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କରିଛନ୍ତି ।

ଦୋଷୀଙ୍କ ପାଇଁ ‘କ୍ୟୁରେଟିଭ୍‌ ପିଟିସନ୍‌’ ହେଉଛି ଶେଷ ଆଇନଗତ ସମ୍ବଳ। ସାଧାରଣତଃ ପ୍ରକୋଷ୍ଠ ମଧ୍ୟରେ ବା ରୁଦ୍ଧଦ୍ୱାରରେ ଏହାର ବିଚାର କରାଯାଇଥାଏ।

ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏ. ପି. ସିଂହଙ୍କ କହିବା ମୁତାବକ, ସେମାନେ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରି ସୁପ୍ରିମ୍‌ କୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଏର କରାଯାଇଛି। ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଚାରିଜଣ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯିବ।

ବିନୟ ଶର୍ମାଙ୍କ ଓକିଲଙ୍କ ଦ୍ଵାରା ଦାଏର କରାଯାଇଥିବା ପିଟିସନରେ ଘଟଣା ଘଟିବା ସମୟରେ ବିନୟଙ୍କୁ ମାତ୍ର ୧୯ ବର୍ଷ ହୋଇଥିବାରୁ ଏ କଥା ସୁପ୍ରିମକୋର୍ଟ ବିଚାରକୁ ନେବା ନିମନ୍ତେ ନିବେଦନ କରାଯାଇଥିବା ଓକିଲ କହିଛନ୍ତି।

ଯୁବାବସ୍ଥା ଓ ସାମାଜିକ-ଆର୍ଥିକ ପୃଷ୍ଠଭୂମିକୁ ବିଚାର କରାଯାଇ ସୁପ୍ରିମକୋର୍ଟ ବିନାୟଙ୍କ ଦଣ୍ଡ କୋହଳ କରିବାକୁ ସେ ଯୁକ୍ତି ବାଢ଼ିଛନ୍ତିବ।

ସୁପ୍ରିମକୋର୍ଟ ଅନ୍ୟ ୧୭ଟି ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନାବାଳକଙ୍କ ସମେତ ଅନ୍ୟ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ବିନୟଙ୍କ କ୍ଷେତ୍ରରେ ମଧ୍ୟ ସେହିଭଳି ଦଣ୍ଡାଦେଶ କୋହଳ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

Comments are closed.