Latest Odisha News

ନିର୍ଭୟା ମାମଲା: ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି ।

ଗତ ଫେବୃଆରୀ ୧୬ ତାରିଖରେ ସେ ନିଜ ସେଲର କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ନିକଟ ଅତୀତରେ ବିନୟର ଓକିଲ କୋର୍ଟରେ କହିଥିଲେ ଯେ ବିନୟ ତିହାର ଜେଲ୍ ମଧ୍ୟରେ ଅନଶନରେ ବସିଛନ୍ତି । ଏପରିକି ଜେଲ୍ ମଧ୍ୟରେ ତାଙ୍କ ମହକିଲଙ୍କୁ କେହି ମାଡପିଟ୍ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ନେଇ ଅଭିଯୋଗ କରିଥିଲେ ।

ଯାହାଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିବାବେଳେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଉଚିତ୍ ନୁହେଁ ମୋଲି ବିନୟଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ । ପରବର୍ତ୍ତୀ ସମୟରେ ଆଇନ ଅନୁଯାୟୀ ବିନୟର ଉପଯୁକ୍ତ ଦେଖାଶୁଣା କରିବା ପାଇଁ କୋର୍ଟ ତିହାର ଜେଲର ସୁପରିଟେଣ୍ଡେଣ୍ଟକୁ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ଦିଲ୍ଲୀ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବା ଲାଗି ଫ୍ରେଶ ଡେଥ୍ ୱାରେଣ୍ଟ ଜାରି କରିଥିଲେ । ଏଥିସହିତ ତୃତୀୟ ଥର ଲାଗି ସେମାନଙ୍କ ବିରୋଧରେ ନୂଆ ଡେଥ୍ ୱାରେଣ୍ଟ ଜାରି କରାଯାଇଛି ।

Comments are closed.