ଡେସ୍କ: ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି । ଏହି ପ୍ରମାଣପତ୍ର ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପରିବର୍ତ୍ତନକାରୀ କାର୍ଯ୍ୟ ପାଇଁ ନୀତା ଅମ୍ବାନୀଙ୍କୁ ଆଜୀବନ ସମର୍ପଣ ପାଇଁ ପ୍ରଦାନ କରାଯାଇଛି ।
ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଫଟୋ ସେୟାର କରି ଏହି ସୂଚନା ଦେଇଛି । ପୋଷ୍ଟରେ ଲେଖାଯାଇଛି ଯେ, ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସ ରାଜ୍ୟର ସମ୍ମାନିତ ରାଜ୍ୟପାଳ ମୌରା ହେଲି ସମ୍ମାନିତ କରିଛନ୍ତି ।’ ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ନୀତା ଅମ୍ବାନୀଙ୍କୁ ବିଶ୍ୱର ଜଣେ ପରିବର୍ତ୍ତନକାରୀ ଭାବରେ ବର୍ଣ୍ଣନା କରାଯାଇଛି । ସେ ଭାରତ ଏବଂ ବିଦେଶରେ ଏହି କ୍ଷେତ୍ରଗୁଡ଼ିକରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି ।
ନୀତା ଅମ୍ବାନୀ ଭାରତ ଏବଂ ଭାରତ ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛନ୍ତି । ଏହି ଅବସରରେ ବୋଷ୍ଟନରେ ନୀତା ଅମ୍ବାନୀ ହାତତିଆରି ବନାରସୀ ଶାଢୀ ପିନ୍ଧିଥିଲେ । ନିକଟରେ ମଧ୍ୟ ନୀତା ଅମ୍ବାନୀଙ୍କୁ ଇଣ୍ଡିଆ ବିଜନେସ୍ ଲିଡର ଆୱାର୍ଡସର ୨୦ତମ ସଂସ୍କରଣରେ ‘ବ୍ରାଣ୍ଡ ଇଣ୍ଡିଆର ଉତ୍କୃଷ୍ଟ ଅବଦାନ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ନୀତା ଅମ୍ବାନୀ ନିଜେ ଜଣେ କଳାକାର ଏବଂ ଭାରତନାଟ୍ୟମ୍ ନୃତ୍ୟ ବହୁତ ଭଲ କରନ୍ତି । ସେ କଳା କ୍ଷେତ୍ରରେ ବହୁତ କାମ କରିଛନ୍ତି । ନୀତା ଅମ୍ବାନୀ ମୁମ୍ବାଇରେ ଭାରତର ପ୍ରଥମ ବିଶ୍ୱସ୍ତରୀୟ କଳା କେନ୍ଦ୍ର, ଜିଓ ୱାର୍ଲ୍ଡ ସେଣ୍ଟର ମଧ୍ୟ ନିର୍ମାଣ କରିଛନ୍ତି । ଏହି କେନ୍ଦ୍ରର ଉଦଘାଟନୀ ଉତ୍ସବରେ ସାରା ବିଶ୍ୱର କଳାକାରମାନେ ଅଂଶଗ୍ରହଣ କରିଥିଲେ । ତାଙ୍କ ପୁଅର ବିବାହ ପୂର୍ବ ଉତ୍ସବରେ ନୀତା ଅମ୍ବାନୀ ନିଜେ ‘ବିଶ୍ୱମ୍ଭରୀ ସ୍ତୁତି’ରେ ନୃତ୍ୟ କରିଥିଲେ । କଳା କ୍ଷେତ୍ରରେ ଅବଦାନ ସହିତ, ନୀତା ଅମ୍ବାନୀ କ୍ରୀଡା କ୍ଷେତ୍ରରେ ମଧ୍ୟ ବହୁତ କାମ କରିଛନ୍ତି ।
Comments are closed.