ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ ମାଆ ହେବା ପରେ ପ୍ରଥମ ଥର ପାଇଁ ଏକ ବଡ ସମାରୋହରେ ନଜର ଆସିଛନ୍ତି। ତାଙ୍କୁ ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ନିଜର ଗ୍ଲାମରସ୍ ଅନ୍ଦାଜରେ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି।
ତେବେ ରାଧିକା ନିଜର ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଗୋଟିଏ ହାତରେ ସାମ୍ପେନ ଗ୍ଲାସ ଧରିଥିବା ବେଳେ ଅନ୍ୟ ହାତରେ ବ୍ରେଷ୍ଟ ପମ୍ପ କରୁଥିବା ନଜର ଆସୁଛି।
କ୍ୟାପସନରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ କିପରି ବାଲାନ୍ସ କରୁଛନ୍ତି ସେ ବିଷୟରେ ଆଲୋଚନା କରିବା ସହ ତାଙ୍କ ମ୍ୟାନେଜର ନତାଶାଙ୍କୁ ଧନ୍ୟବାଦ ମଧ୍ଯ ଜଣାଇଛନ୍ତି। ସେ କହିଛନ୍ତି ଯେ ନତାଶାଙ୍କ କଠିନ ପରିଶ୍ରମ ପାଇଁ ମୁଁ ବାଫ୍ଟାରେ ଯୋଗଦେଇ ପାରିଛି। ବ୍ରେଷ୍ଟ ପମ୍ପିଂ ସମୟରେ ନତାଶା ତାଙ୍କ ସହ ଶୌଚାଳୟକୁ ମଧ୍ଯ ଯିବା କଥା ସେ କହିଛନ୍ତି। ତେବେ ଏହା ମଧ୍ଯରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନତାଶା ଶୌଚାଳୟରେ ମଧ୍ଯ ରାଧିକାଙ୍କୁ ସାମ୍ପେନ ଦେଇଥାନ୍ତି।
ତେବେ ଏହାକୁ ନେଇ ଅନେକ ୟୁଜର୍ସ ନିଜ ନିଜର ମତ ରଖିଛନ୍ତି।ରାଧିକା ଭୁଲ ବାର୍ତ୍ତା ଦେଉଥିବା ନେଇ କିଛି ୟୁଜର୍ସ ପ୍ରକାଶ କରିଛନ୍ତି। ତେବେ ମଦ୍ୟପାନ କରି ଶିଶୁକୁ ସ୍ତନ୍ୟପାନ କରାଇବା କ୍ଷତିକାରକ ହୋଇପାରେ ଓ ଏପରି କରିବା ଉଚିତ ନୁହେଁ ବୋଲି କିଛି ୟୁଜର୍ସ କହୁଥିବା ବେଳେ ଆଉ କିଛି ତାଙ୍କୁ ସମର୍ଥନ ମଧ୍ଯ କରିଛନ୍ତି।
Comments are closed.