Latest Odisha News

ଟିମ ଇଣ୍ଡିଆର ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲା ଆମେରିକା

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ ବୋଲି ପୂନର୍ବାର ପ୍ରମାଣିତ ହୋଇଛି । ଆମେରିକା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବିଶ୍ୱରେକର୍ଡ ସୃଷ୍ଟି କରିବ କେହି ଭାବି ନ ଥିଲେ । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ଲିଗ ୨ ମୁକାବିଲାରେ ଭାରତୀୟ ଟିମର ୪୦ ବର୍ଷ ତଳର ରେକର୍ଡ ଆମେରିକା ଭାଙ୍ଗି ଦେଇଛି । ସବୁଠାରୁ କମ ସ୍କୋରକୁ ରୋକିବାରେ ଆମେରିକା ସଫଳ ହୋଇ ଏହି କୀର୍ତିମାନ ସ୍ଥାପନ କରିଛି । ପ୍ରଥମେ ବ୍ୟାଟିଂ କରି ୩୫.୩ ଓଭରରେ ୧୨୨ ରନ କରି ଆମେରିକା ଅଲଆଉଟ ହୋଇ ଯାଇଥିଲା । ଜବାବରେ ଓମାନ ୨୫.୩ ଓଭରରେ ୬୫ ରନ କରିବାକୁ ସକ୍ଷମ ହୋଇଥିଲା ।

ଆମେରିକୀୟ ବୋଲରଙ୍କ ଉଚିତ ବୋଲିଂ ପ୍ରଦର୍ଶନ ଯୋଗୁ ଓମାନ ୫୭ ରନରେ ମ୍ୟାଚ ହାରି ଯାଇଥିଲା । ୧୯୮୫ରେ ଭାରତ ୧୨୪ ରନ କରି ପାକିସ୍ତାନକୁ ହରାଇବାରେ ସଫଳ ହୋଇଥିଲା । ସେବେଠାରୁ ଏହି ରେକର୍ଡ ଅତୁଟ ରହିଥିଲା । ଏହି ମ୍ୟାଚରେ ଉଭୟ ଆମେରିକା ଓ ଓମାନ ଟିମ କୌଣସି ପେସ ବୋଲରଙ୍କୁ ବ୍ୟବହାର କରି ନ ଥିଲେ । ଜଣେ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିବା ବେଳେ ସ୍ପିନରମାନେ ସମସ୍ତ ୱିକେଟ ଅକ୍ତିଆର କରିଥିଲେ ।

Comments are closed.