Latest Odisha News

BREAKING NEWS

ସିଭିଲ୍ ସେବା ପାଇଁ ସର୍ବାଧିକ ବୟସ ୨୭ ବର୍ଷ ହେଉ : ନୀତି ଆୟୋଗ

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ସର୍ବାଧିକ ୨୭ ବର୍ଷ କରିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି।

ବର୍ତ୍ତମାନ ସିଭିଲ୍ ସର୍ଭିସରେ ବୟସ ସୀମା ୩୦ ବର୍ଷ ରହିଥିବା ବେଳେ ଏହି ବୟସ ସୀମାକୁ କମାଇ ୨୭ ବର୍ଷ କରିବା ନେଇ କେନ୍ଦ୍ର ସରକାରଙ୍କ ଥିଙ୍କ ଟେକ୍ ‘ନୀତି ଆୟୋଗ’ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବକୁ ୨୦୨୨-୨୩ ସୁଦ୍ଧା ଲାଗୁ କରିବା ଏବଂ ଏଥିସହ ସମସ୍ତ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ କେବଳ ଗୋଟିଏ ପରୀକ୍ଷା ହେବା ଆବଶ୍ୟକ ବୋଲି ମଧ୍ୟ ପରାମର୍ଶ ଦେଇଛି ନୀତି ଆୟୋଗ ।

ଆହୁରି ମଧ୍ୟ ସମସ୍ତ ପଦବୀ ପାଇଁ ଗୋଟିଏ ସେଣ୍ଟ୍ରାଲ ଟାଲେଣ୍ଟ୍ ପୁଲ୍ ଗଠନ କରାଯିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି । ଯାହା ଫଳରେ ପ୍ରାର୍ଥୀମାନଙ୍କର ଦକ୍ଷତା ଭିତ୍ତିରେ ସେମାନଙ୍କୁ ବିଭିନ୍ନ ସେବାରେ ନିୟୋଜିତ କରାଯାଇପାରିବ।

ନୀତି ଆୟୋଗ ରିପୋର୍ଟ ‘ଷ୍ଟ୍ରାଟେଜୀ ଫର୍ ନ୍ୟୁ ଇଣ୍ଡିଆ ଅ ୭୫’ରେ ପ୍ରସ୍ତାବ ଦିଆଯାଇଛି, ଏହି ପଦବୀରେ ସମାନତା ଆଣିବା ପାଇଁ ସିଭିଲ୍ ସର୍ଭିସର ସଂଖ୍ୟା କମାଇ ଦିଆଯାଉ ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୬୦ରୁ ଅଧିକ ଭିନ୍ନଭିନ୍ନ ପ୍ରକାରର ସିଭିଲ୍ ସେବା ରହିଛି ।

Leave A Reply

Your email address will not be published.