Latest Odisha News

BREAKING NEWS

ସିଆଡ଼ିମାଳ ପାଶବିକ ଗଣଦୁଷ୍କର୍ମ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ସିଆଡ଼ିମାଳ ଗ୍ରାମରେ ଗତ ୫ ତାରିଖ ଦିନ ୨ଜଣ ଯୁବକ ଜନୈକା ମହିଳାଙ୍କ ଘରେ ପଶି ପାଶବିକ ଭାବେ ଗଣ ଦୁଷ୍କର୍ମ କରିଥିଲେ, ସେହି ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ଗତ ୫ ତାରିଖ ଦିନ ସିଆଡ଼ିମାଳ ଗ୍ରାମରେ ପୀଡ଼ିତାଙ୍କ ଘରେ ପଶି ଜୋର ଜବରଦସ୍ତ ପାଶବିକ ଭାବେ ୨ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣକଙ୍କୁ ୮ ତାରିଖ ଦିନ ଜିଲ୍ଲା ଚିକିତ୍ସାଳୟ ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ୧୨ ଦିନର ଚିକିତ୍ସା ପରେ ଆଜି ପୀଡ଼ିତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି ।

ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ସେଠାରେ ପହଞ୍ଚିଛନ୍ତି ।

ସିଆଡ଼ିମାଳ ଗ୍ରାମରେ ଏହି ପାଶବିକ ଦୁଷ୍କର୍ମ ଘଟଣା ସମ୍ପର୍କରେ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଗଣଦୁଷ୍କର୍ମ ଅଭିଯୋଗରେ ସିଆଡ଼ିମାଳ ଗ୍ରାମର ଦୁଇ ଜଣ ଅଭିଯୁକ୍ତ ରମେଶ ଦଣ୍ଡସେନା (୨୫) ଓ କମଳ ଲୋଚନ ଦଣ୍ଡସେନା (୨୫) ଉଭୟଙ୍କୁ ପୋଲିସ ଧରିବା ପରେ ଥାନାରେ ରଖି ପଚରାଉଚରା କରୁଥିଲା ।

ତେବେ କୋରାପୁଟରୁ ଫୋରେନ୍ସିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ ସହିତ ଯାଞ୍ଚ କରିବା ପରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି ।

Leave A Reply

Your email address will not be published.