Latest Odisha News

BREAKING NEWS

ନୀତିନ ଗଡକରୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରିଛନ୍ତି।

“ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ‌ରହିଛି। ଏହାସହିତ ସେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲଗୁଡିକ ଅନୁସରଣ କରିଥିବା କହିଛନ୍ତି। ସେ ବର୍ତ୍ତମାନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା କହିଛନ୍ତି। ଏହାସହିତ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

Comments are closed.