Latest Odisha News

BREAKING NEWS

ନୀତିଶ ସରକାରଙ୍କ ପଦବୀ ବଣ୍ଟା, ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ପାଟନା: ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୨୧ଜଣ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜେପିର ୧୨ ଜଣ ଏବଂ ଜେଡିୟୁର ୯ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଆଜି ଉକ୍ତ ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପଦ ଦିଆଯାଇଛି । ଏଥର ସିଏମ ନୀତିଶ ଜେଡିୟୁ କୋଟା ମନ୍ତ୍ରଣାଳୟ ପାଇଁ ମନ୍ତ୍ରୀମାନଙ୍କୁ ପରିବର୍ତ୍ତନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧାରଣ ପ୍ରଶାସନ, ଗୃହ ବିଭାଗ, କ୍ୟାବିନେଟ ସଚିବାଳୟ, ମନିଟରିଂ, ନିର୍ବାଚନ ପରି ବଣ୍ଟା ଯାଇନଥିବା ସମସ୍ତ ବିଭାଗରେ ରହିବେ । ସେହିପରି ଡେପୁଟି ସିଏମ୍ ସମ୍ରାଟ ଚୌଧୁରୀଙ୍କୁ ଅର୍ଥ ଏବଂ ବାଣିଜ୍ୟିକ ଟିକସ ବିଭାଗ ମିଳିଛି। ଡେପୁଟି ସିଏମ ବିଜୟ କୁମାର ସିହ୍ନାଙ୍କୁ ସଡକ ନିର୍ମାଣ, ଖଣି ଏବଂ ଭୂବିଜ୍ଞାନ ଏବଂ କଳା, ସଂସ୍କୃତି ଏବଂ ଯୁବ ବିଭାଗ ପାଇଥିବାବେଳେ ବିଜୟ କୁମାର ଚୌଧୁରୀଙ୍କୁ ଜଳ ସମ୍ପଦ ଏବଂ ସଂସଦୀୟ ବିଭାଗ ମିଳିଛି।

ଜେଡିୟୁ କୋଟାରୁ ମନ୍ତ୍ରୀ ରତ୍ନେଶ ସଦାଙ୍କୁ ଅବକାରୀ ନିଷେଧ ମନ୍ତ୍ରଣାଳୟ ମିଳିଛି। ଅଶୋକ ଚୌଧୁରୀ ବର୍ତ୍ତମାନ ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ହୋଇଥିବା ବେଳେ ସୁନୀଲ କୁମାର ବର୍ତ୍ତମାନ ବିହାରର ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ଏଥିସହିତ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ଶକ୍ତି, ଯୋଜନା ଏବଂ ବିକାଶ ବିଭାଗ, ଶ୍ରବଣ କୁମାରଙ୍କୁ ଗ୍ରାମୀଣ ବିକାଶ, ଶିଲା କୁମାରୀଙ୍କୁ ପରିବହନ ବିଭାଗ, ଜୟନ୍ତ ରାଜଙ୍କୁ ଭବନ ନିର୍ମାଣ ବିଭାଗ, ମହମ୍ମଦ ଜାମା ଖାନଙ୍କୁ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ମଦନ ସାହନିଙ୍କୁ ସାମାଜିକ କଲ୍ୟାଣ ବିଭାଗ ଏବଂ ଲେସି ସିଂଙ୍କୁ ଖାଦ୍ୟ ଉପୋଭକ୍ତା ସୁରକ୍ଷା ବିଭାଗ ମିଳିଛି।

ସେହିପରି ବିଜେପି କୋଟାରୁ ମହେଶ୍ୱର ହଜାରୀଙ୍କୁ ଆଇପିଆରଡି ମିଳିଥିବାବେଳେ ନୀରଜ କୁମାର ବବଲୁଙ୍କୁ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ, ନୀତୀଶ ମିଶ୍ରଙ୍କୁ ଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗ, ନିତିନ ନବୀନଙ୍କୁ ସହରାଞ୍ଚଳ ବିକାଶ ଗୃହ ବିଭାଗ ସହ ଆଇନ ବିଭାଗ, ଦିଲୀପ କୁମାର ଜୟସୱାଲଙ୍କୁ ରାଜସ୍ୱ ଜମି ସୁଧାର, ପ୍ରେମ କୁମାରଙ୍କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ରେଣୁ ଦେବୀଙ୍କୁ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ, ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଏବଂ କୃଷି ବିଭାଗ, କୃଷ୍ଣାନନ୍ଦ ପାସୱାନଙ୍କୁ ଆଖୁ ଶିଳ୍ପ ବିଭାଗ ମିଳିଛି।

Comments are closed.