Latest Odisha News

ବାଜିଲା ନିର୍ବାଚନ ବିଗୁଲ, ହେଲା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେହିପରି ମେ ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ମେ ୨୫ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଘଥିବା ବେଳେ ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ଜୁନ୍ ୪ରେ ଓଡ଼ିଶାରେ ହେବ ଭୋଟ୍ ଗଣତି ।

BjdElectrycity

୨୬ଟି ବିଧାନସଭା ଆସନରେ ହେବ ଉପ-ନିର୍ବାଚନ । ବିହାର, ଗୁଜୁରାଟ,ହରିୟାଣା, ମହାରାଷ୍ଟ୍ର,ଝାଡଖଣ୍ଡ, ହିମାଚଳ ପ୍ରଦେଶ,ରାଜସ୍ଥାନ, ତାମିଲନାଦୁରେ ଉପ-ନିର୍ବାଚନ ହେବ । ସାରା ଦେଶରେ ୭ଟି ପର୍ଯାୟରେ ହେବ ଲୋକସଭା ନିର୍ବାଚନ । ୧୯ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ହୋଇ ଜୁନ ୪ରେ ଏହାର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ପଡିବ । ସର୍ବମୋଟରେ ୧୦୨ ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ୨୬ ଏପ୍ରିଲରେ ଅନୁଷ୍ଠିତ ହେବ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ପଡିବ । ସର୍ବମୋଟରେ ଦ୍ଵିତୀୟ ପର୍ଯ୍ୟାୟରେ ୮୯ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ଅର୍ଥାତ ୭ ମେ’ରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଲୋକସଭା ଆସନରେ ଅନୁଷ୍ଠିତ ହେବ ନିର୍ବାଚନ ।

ସେହିପରି ୪ର୍ଥ ପର୍ଯ୍ୟାୟ ୧୩ମେ’ରେ ଅନୁଷ୍ଠିତ ହେବ । ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଭୋଟ ପଡିବ । ୫ମ ପର୍ଯ୍ୟାୟ ନିର୍ବାଚନ ୨୦ମେ’ରେ ଅନୁଷ୍ଠିତ ହେବ । ୮ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ଭୋଟ ପଡିବ । ସେହିପରି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ୨୫ମେ’ରେ ଅନୁଷ୍ଠିତ ହେବ । ୭ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟ ପଡିବ । ଶେଷରେ ୭ମ ପର୍ଯ୍ୟାୟ ନିର୍ବାଚନ ୧ଜୁନ ରେ ଅନୁଷ୍ଠିତ ହେବ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟ ପଡିବ । ଅରୁଣାଚଳ ପ୍ରଦେଶ ଓ ସିକ୍କିମ ରେ ୧୯ ଏପ୍ରିଲରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୪ ଜୁନ ୨୦୨୪ରେ ଆସିବ ଫଳାଫଳ । ସେହିପରି ଆନ୍ଧ୍ରପ୍ରଦେଶରେ ୧୩ ମେ’ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୪ ଜୁନରେ ଏହାର ଫଳାଫଳ ଘୋଷଣା କରାଯିବ । ମେ ୧୩ ଓ ୨୦ରେ ଓଡିଶାରେ ହେବ ନିର୍ବାଚନ । ଜୁନ ୪ରେ ଏହାର ଫଳାଫଳ ଘୋଷଣା କରାଯିବ ।

ଏହି ଅବସରରେ ନିର୍ବାଚନର କମିଶନର କହିଛନ୍ତି ଯେ, ୧୭ତମ ଲୋକସଭାର କାର୍ଯ୍ୟକାଳ ୧୬ ଜୁନ ୨୦୨୪ରେ ଶେଷ ହେବ । ଭାରତରେ ବର୍ତ୍ତମାନ ୯୭କୋଟି ପଞ୍ଜିକୃତ ଭୋଟର ଅଛନ୍ତି । ୧୦.୫ଲକ୍ଷ ପୋଲିଙ୍ଗ ଷ୍ଟେସନ ରହିଛି । ୨ବର୍ଷ ଧରି ନିର୍ବାଚନୀ ପ୍ରସ୍ତୁତି ଚାଲିଛି । ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର । ସେଥିରୁ ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି । ୮୫ ବର୍ଷରୁ ଅଧିକ ବୟସ ବର୍ଗ ଲୋକଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ସୁବିଧା । ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର । ସେମାନଙ୍କ ପାଇଁ ଘରେ ଫର୍ମ ପହଞ୍ଚାଇ ଦିଆଯିବ ଏବଂ ପରେ ସଂଗ୍ରହ କରାଯିବ ।

ନିର୍ବାଚନ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପ୍ରତିଶ୍ରୁତି ଦେଉଛୁ ଯେ, ଆମେ ଏହି ସାଧାରଣ ନିର୍ବାଚନକୁ ଏପରି ଭାବରେ ପରିଚାଳନା କରିବୁ ଯାହା ଦ୍ଵାରା ବିଶ୍ଵ ଦରବାରରେ ଭାରତର ନାଁ ଉଜ୍ଵଳ ହେବ । ପ୍ରତ୍ୟେକ ନିର୍ବାଚନ, ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଏକ ପବିତ୍ର ଦାୟିତ୍ଵ ଅଟେ । ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛି । ୧୭ତମ ଲୋକସଭାର କାର୍ଯ୍ୟକାଳ ୧୬ ଜୁନ ୨୦୨୪ରେ ଶେଷ ହେବ । ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା କାର୍ଯ୍ୟକାଳ ମଧ୍ୟ ଜୁନ ୨୦୨୪ରେ ଶେଷ ହେବ । ୧୨ଟି ରାଜ୍ୟରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ।

ହିଂସାକୁ ଦୃଢ଼ହସ୍ତରେ ନିୟନ୍ତ୍ରଣ କରାଯିବା ସହ ଅପରାଧୀକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି । ବାହୁବଳ ଦେଖାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟଙ୍କା ନେଣ ଦେଣ ଉପରେ ନଜର ରହିଛି, ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର । ଅବାଧ ନିର୍ବାଚନ ପାଇଁ ଅଧିକରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯିବ । ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ କରାଯିବ । ଯେଉଁଠୁ ସମସ୍ତ ଅଭିଯୋଗକୁ ଅପରେଟ୍ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନରେ ହିଂସା ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଡ୍ରୋନ୍ ଜରିଆରେ ଅନ୍ତର୍ଜାତୀୟ ବର୍ଡରରେ ଯାଞ୍ଚ କରାଯିବ ।

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.