Latest Odisha News

ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟରେ ଛୁଟି ଘୋଷଣା

ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇଛି। ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁର ମାଲାପୁରମ୍ ଏବଂ ପୁଡୁଚେରୀର କରାଇକାଲ୍ ଉପକୂଳ ଦେଇ ବାତ୍ୟା ‘ନିଭାର’ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଅଧିକ ପଢନ୍ତୁ-ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ସୂଚନା ଅନୁଯାୟୀ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ବୁଧବାର ସକାଳ ୧୦ଟାରୁ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି।

ତାମିଲନାଡୁରେ ଛୁଟି ଘୋଷଣା-
ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ତାମିଲନାଡୁରେ ଛୁଟି ଘୋଷଣା କରିଛନ୍ତି। ଯଦିଓ ଏହି ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିିଁ।

Leave A Reply

Your email address will not be published.