Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟରେ ଲଭ ଜିହାଦ ଉପରେ ଆସିଥିବା ଅଧ୍ୟାଦେଶ ପାସ୍ ହୋଇଛି । ଯୋଗୀ ଆଦିତ୍ୟନାଥ ସରକାର ଲଭ ଜିହାଦ ଉପରେ ନୂତନ ନିୟମ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜୋର ଜବରଦସ୍ତ ଓ ମିଛ କହି ଧର୍ମ ପରିବର୍ତନ କରାଇଥିଲେ ଦୋଷୀକୁ ୧ରୁ ୫ ବର୍ଷ ଜେଲଦଣ୍ଡାଦେଶ ରହିଛି । ଯଦି ଏସସି, ଏସଟି କ୍ଷେତ୍ରରେ ଏହା ଘଟେ ତାହାହେଲେ ୨୫ ହଜାର ଜରିମାନା ଓ ୩ରୁ ୧୦ ବର୍ଷ ଜେଲଦଣ୍ଡ ମିଳିବ ।

ଯଦି କିଏ ଧର୍ମ ପରିବର୍ତନ କରିବାକୁ ଚାହିଁବ ତାହାହେଲେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ୨ମାସ ପୂର୍ବରୁ ଜଣାଇବାକୁ ପଡିବ । ଏହାର ଉଲ୍ଲଂଘନ ହେଲେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତି ଜେଲ ଏବଂ ୧୦ ହଜାର ଜରିମାନା ଦଣ୍ଡାଦେଶ ଭୋଗିବାକୁ ପଡିବ । ଲୋଭ, ଧମକ ଓ ମିଛ କହି ଧର୍ମ ପରବର୍ତନ କରାଇଥିଲେ ବର୍ଷକରୁ ୫ ବର୍ଷ ଜେଲ ହେବ ।

Leave A Reply

Your email address will not be published.