Latest Odisha News

BREAKING NEWS

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ମାମଲା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ବାର୍ଡ ଫ୍ଲୁ ପରିସ୍ଥିତିକୁ ସମୀକ୍ଷା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧,୦୦୦ ନମୁନା ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟରୁ କିଛି ପଜିଟିଭ ମାମଲା ଚିହ୍ନଟ ହୋଇନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି “ଯେକୌଣସି ସମ୍ଭାବ୍ୟ ବିପର୍ଯ୍ୟୟ ସ୍ଥିତିର ମୁକାବିଲା ତଥା ନିୟନ୍ତ୍ରଣ କରିବାକୁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଅଛନ୍ତି।

ତେବେ ସମୀକ୍ଷା କାର୍ଯ୍ୟକଳାପକୁ ତୀବ୍ର କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମ୍ଭାବ୍ୟ ସଂକ୍ରମଣକୁ ହ୍ରାସ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ରାପିଡ୍ ରେସପନ୍ସ ଟିମ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Comments are closed.