Latest Odisha News

ଅକ୍ସିଜେନ ଅଭାବରୁ ଜଣେ ବି ରୋଗୀ ମୃତ୍ୟୁବରଣ କରି ନାହାନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ ଅଭାବରୁ କେହି ମୃତ୍ୟୁବରଣ କରି ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ରଖାଯାଇଛି । ଏହି ବିବୃତି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଡାଟା ଅନୁସାରେ ଅକ୍ସିଜେନ ଅଭାବ କଥା କୌଣସିଠାରେ ଉଲ୍ଲେଖ ହୋଇ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାୱିୟା ସଂସଦରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ।

କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ନିୟମିତ ପ୍ରଦାନ କରିଥାନ୍ତି । ତେବେ କୌଣସି ରାଜ୍ୟ ପକ୍ଷରୁ ଅକ୍ସିଜେନ ଅଭାବ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ ବୋଲି ସେ କହିଛନ୍ତି ।

Comments are closed.