ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଅଭିନୀତ ନୋ ଏଂଟ୍ରିର ସିକ୍ୱେଲକୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଅଛନ୍ତି । ସଦ୍ୟ ରିପୋର୍ଟ ମୁତାବକ ବୋନୀ କାପୁର ଏହାର ସିକ୍ୱେଲ ସଲମାନଙ୍କ ବିନା କରିବା ପାଇଁ ନିଷ୍ପତି ନେଇଛନ୍ତି । ସଲମାନ ଏବଂ ବୋନୀଙ୍କ ମଧ୍ୟରେ ଏହି ଫିଲ୍ମ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ସଲମାନ ଫିଲ୍ମର ସମ୍ପୂର୍ଣ୍ଣ ପ୍ରଡକ୍ସନ ଦାୟିତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଯାହାକି ବୋନୀଙ୍କୁ ଚକିତ କରିଥିଲା, କାରଣ ଏହି ଫିଲ୍ମର ପ୍ରଡ୍ୟୁସର ସେ ଥିଲେ । ସିକ୍ୱେଲ ଆରମ୍ଭ କରିବା ପାଇଁ ସେ ଦୀର୍ଘ ଦିନ ଧରି ପ୍ରସ୍ତୁତି ଚଳାଇଥିଲେ ।
ଏପରିକି ସଲମାନ ନୋ ଏଂଟ୍ରିର ନେଗେଟିଭ ଓ ଇଂଟେଲକୁଚୁଆଲ ପ୍ରପର୍ଟି ରାଇଟ୍ସ ସମେତ ଡିଜିଟାଲ ଓ ସାଟେଲାଇଟ ରାଇଟ ନେବା ପାଇଁ ଚାହିଁଥିଲେ । ବୋନୀ କାପୁର ଫିଲ୍ମର ସିକ୍ୱେଲ ଆରମ୍ଭ କରିବା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ୨୦୦୫ରେ ରିଲିଜ ହୋଇଥିବା ନୋ ଏଂଟ୍ରି ଫିଲ୍ମରେ ସଲମାନ, ଅନୀଲ କାପୁର, ଫରଦୀନ ଖାଁ, ସେଲିନା ଜେଟଲୀ, ବିପାଶ ବସୁ, ଲାରା ଦତ ଓ ଈଶା ଦେଓଲ ଅଭିନୟ କରିଥିଲେ ।
Comments are closed.