ବ୍ରହ୍ମପୁର: ବଜାରରେ ସଉଦା କିଣିଲା ବେଳେ ହଜିଗଲା ମୋବାଇଲ୍। ଆଉ ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୨୫ ହଜାର ଟଙ୍କା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଭେଜିପୁଟ ଅଞ୍ଚଳର ଜଣେ ବ୍ୟକ୍ତି ବ୍ରହ୍ମପୁର ଇଞ୍ଜନିୟରିଂ ସ୍କୁଲ ଛକ ନିକଟରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ଗତ ୨୪ ତାରିଖ ଦୀପାବଳି ପାଇଁ ସାମଗ୍ରୀ କିଣିବାକୁ ଆଙ୍କୁଲି ଶିଳ୍ପାଞ୍ଚଳ ବଜାରକୁ ଯାଇଥିଲେ। ଦୋକାନ ବୁଲି ବୁଲି ସାମଗ୍ରୀ କିଣୁଥିଲେ। ଏହି ସମୟରେ କେଉଁ ଏକ ଦୋକାନରେ ମୋବାଇଲ ଛାଡ଼ି ଦେଲେ। ଆଖପାଖରେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ୍ ମିଳିଲାନି। ଶେଷରେ ସେ ସେହି ନମ୍ବରର ଆଉ ସିମ୍ କାର୍ଡ ଏବଂ ମୋବାଇଲ ନେଇଥିଲେ। ସେହି ମୋବାଇଲରେ ଫୋନ ପେ’ ଇନଷ୍ଟଲ୍ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଦେଖିଲା ବେଳକୁ ଟଙ୍କା ଗାଏବ ହୋଇଯାଇଥିଲା। ୧୦ଟି ପର୍ଯ୍ୟାୟରେ ଟଙ୍କା ଗାଏବ ହୋଇଛି ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
BREAKING NEWS
- Naxal dump:ଜଙ୍ଗଲରୁ ମାଓ ଡମ୍ପ୍ ଠାବ; ୭୬ଟି ଜୀବନ୍ତ ଗୁଳି ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ
- Odisha SIR ends:ଓଡ଼ିଶାରେ ଶେଷ ହେଲା SIR,.ବାଦ ପଡିଲେ ଏତିକି ଭୋଟର…
- Heavy rainfall alert:ଏହି ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି;ଭୂସ୍ଖଳନ ଭୟ ଥିବା ଅଞ୍ଚଳ ଉପରେ ନଜର
- ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ରଗ୍ବୀ ଟିମ୍ ଘୋଷଣା: ଓଡ଼ିଶାର ୪ ଜଣ ଖେଳାଳି ସାମିଲ
- କୋହଲି, ରୋହିତ ଓ ହାର୍ଦ୍ଦିକଙ୍କୁ ପଛରେ ପକାଇବେ ୩ ଭାରତୀୟ
- Light gate Collapsed :ବିଶ୍ୱକର୍ମା ପୂଜାରେ ଅଘଟଣ, କାର ଉପରେ ଭାଙ୍ଗି ପଡ଼ିଲା ଲାଇଟ୍ ଗେଟ୍
- ଶିକ୍ଷକଙ୍କ ସମସ୍ୟା; ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି
- ଏକା ସାଙ୍ଗରେ ଜଳିଲା ୭ଜଣଙ୍କ ଜୁଇ
- ମମତାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ବ୍ୟବହାର କରିପାରିବେ ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ
- ୨୦୨୩ରୁ ବିସିସିଆଇ, ଅଗରକରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତଭେଦ

Comments are closed.