Latest Odisha News

BREAKING NEWS

କରୋନାକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ଭାଇରସ ସତର୍କତାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରିଛନ୍ତି । ସେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି, “ଚୀନରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା କମୁଛି । କିନ୍ତୁ କରୋନା ୧୦୦ରୁ ଅଧିକ ଦେଶକୁ ବ୍ୟାପିଲାଣି । ଇଟାଲି, କୋରିଆ, ଇରାନରେ ଏହା ଉତ୍କଟ ରୂପ ଧାରଣ କରିଛି । ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଂଚିଛି । ଇଟାଲି ପର୍ଯ୍ୟଟକଙ୍କ ପାଇଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଓଡିଶାରେ ସତର୍କତା ଅବଲମ୍ବନ ସ୍ୱରୂପ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି ।”

ସେ ଆହୁରି ବି କହିଛନ୍ତି, “ସୁସ୍ଥ ଲୋକଙ୍କୁ ମାସ୍କର କୌଣସି ଆବଶ୍ୟକତା ନାହିଁ । ଆକ୍ରାନ୍ତ ହେଲେ କିମ୍ବା ଲକ୍ଷଣ ଦେଖାଯାଉଥିଲେ ମାସ୍କ ବ୍ୟବହାର କରନ୍ତୁ । କରୋନାର ଲକ୍ଷଣ ଦେଖାଯାଉଥିଲେ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଉଛି । ବାହାରକୁ ଆସିଲେ ହାତ ଧୁଅନ୍ତୁ । ନିଶ୍ୱାସ ନେବାରେ କଷ୍ଟ ହେଲେ ଅବଗତ କରାନ୍ତୁ । ଆତଙ୍କିତ ହେବାର କୌଣସି କାରଣ ନାହିଁ । ଓଡିଶାରେ ଜଣେ ବି କରୋନା ଆକ୍ରାନ୍ତ ନାହାଁନ୍ତି । ଆୟର୍ଲାଣ୍ଡ ନାଗରିକ ଓ ତାଙ୍କ ସହଯୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।”

Leave A Reply

Your email address will not be published.