Latest Odisha News

ପ୍ରବଳ ବର୍ଷା ସତ୍ବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଞ୍ଚଳରେ ଲଗାତାର ବର୍ଷା ହୋଇଆସୁଛି। ତଥାପି ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ନାହିଁ ବୋଲି ରବିବାର ଦିନ କହିଛନ୍ତି ଜଳ ସମ୍ପଦ ବିଭାଗ।

ଜଳ ସମ୍ପଦ ଇଞ୍ଜିନିୟର-ଇନ୍-ଚିଫ୍ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାନଦୀର ଉପରମୁଣ୍ଡରେ ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

“ଗତ ୨୪ ଘଣ୍ଟା ମଧ୍ୟରେ ମହାନାଦୀର ଉପର ମୁଣ୍ଡରେ ମାତ୍ର ୧୪ ମିଲିମିଟର ବର୍ଷା ହୋଇଛି। ତେବେ ଆସନ୍ତା ତିନି ଦିନ ମଧ୍ୟରେ ପ୍ରାୟ ତିନି ଇଞ୍ଚ ବର୍ଷା ହେବ। ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ” ବୋଲି ଶ୍ରୀ ରଥ କହିଛନ୍ତି।

ତଳିଆ ଅଞ୍ଚଳରେ ବନ୍ୟା ହେବାର ସମ୍ଭାବନାକୁ ବାଦ୍ ଦେଇ ସେ ସୂଚନା ଦେଇଛନ୍ତି ଯେ ହୀରାକୁଦ୍ ଡ୍ୟାମର ଜଳ ସ୍ତର ୬୦୦.୭୯ ଫୁଟରେ ରହିଛି। ଯାହାର ସର୍ବୋଚ୍ଚ ସ୍ତର ୬୩୦ ଫୁଟ।

Comments are closed.