Latest Odisha News

BREAKING NEWS

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

କିଛି ଲୋକ ଅବୈଧ ଭାବେ କୋଭିଡ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା ଭାବେ ପଞ୍ଜିକରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପଞ୍ଜିକରଣକୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ କରି ଦିଆଯାଇଛି ।

ବିଗତ କିଛିଦିନ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ଡାଟାବେସରେ ୨୪ ପ୍ରତିଶତ ବଢ଼ିଥିଲା । ଏହାକୁ ନେଇ କେନ୍ଦ୍ର ରାଜ୍ୟମାନଙ୍କ ସହ ଆଲୋଚନା କରିଥିଲା । ଏହାପରେ ତତକ୍ଷଣାତ୍ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ପଞ୍ଜିକରଣକୁ ବନ୍ଦ କରି ଦିଆଯାଇଛି ।

କୋ-ୱିନ୍ ପୋର୍ଟାଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ପଞ୍ଜିକରଣ ଜାରି ରହିବ । ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ସରକାର ସମୟ ଧାର୍ଯ୍ୟ କରିଥିଲେ । ୨୫ ଫେବ୍ରୁଆରୀ ସୁଦ୍ଧା ପ୍ରଥମ ଡୋଜ୍ ଟିକା ନେବାକୁ ସ୍ୱାସ୍ଥ୍ୟକର୍ମୀଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.