Latest Odisha News

BREAKING NEWS

ଓଡ଼ିଶାରେ ମଦ ହୋମ ଡେଲିଭରି ହେବନାହିଁ: ଅବକାରୀ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମଦର ହୋମ ଡେଲିଭରି ନେଇ କୌଣସି ସରକାରୀ ନୋଟିସ ମିଳିନଥିବା ପ୍ରକାଶ କରିଛି ରାଜ୍ୟ ଅବକାରୀ ବିଭାଗ । ଶୁକ୍ରବାର ଦିନ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ ଡେଲିଭରି ନେଇ କୌଣସି କମିଟି ଗଠିତ ହୋଇନାହିଁ କିମ୍ବା ମଦର କୌଣସି ଦରଦାମ ମଧ୍ୟ କୌଣସି କମିଟି ପକ୍ଷରୁ ହେଉନଥିବା ପ୍ରକାଶ କରିଛି ଅବକାରୀ ବିଭାଗ ।

ତେବେ ଗୁରୁବାର ଦିନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ କୁହାଯାଇଥିଲା ଯେ, ଅବକାରୀ ବିଭାଗ କମିଶନର୍ ଏକ ଛଅ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁ କମିଟିରେ ଓଏସବିସିଏଲ, ଏମଡ଼ି, ଅବକାରୀ ବିଭାଗ ଡେପୁଟି କମିଶନର କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଏବଂ ଯାଜପୁର ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ୍ ମାନଙ୍କୁ ନେଇ ଏକ ଛଅ ଜଣିଆ କମିଟି ଗଠନ କରାଯାଇଛି ।

ଏହାପରେ ଅବକାରୀ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଲକଡାଉନ ୪.୦ ସମୟରେ ମଦ ଲାଇସେନ୍ସ / ଖାଦ୍ୟ ଲାଗି ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କର ଦେୟ ବିଷୟରେ ଅବକାରୀ କମିଶନରଙ୍କୁ ଅବଗତ କରାଯିବାକୁ କୁହାଯାଇଥିଲା ।

Leave A Reply

Your email address will not be published.