Latest Odisha News

BREAKING NEWS

ଅମ୍ଫାନ ସ୍ଥିତିି ସମୀକ୍ଷା : ଓଡିଶାକୁ ପ୍ରଶଂସା ସହିତ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡିଶାର ଅମ୍ଫାନ ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ନୀରିକ୍ଷଣ କରିବା ପରେ ସ୍ଥିତିର ସମୀକ୍ଷା କରି ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଭାବିତ ଅଂଚଳର ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି ।

ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳ ନୀରିକ୍ଷଣ କରିବା ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେଲିକପ୍ଟରରେ ଉତ୍ତର ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ନୀରିକ୍ଷଣ କରିଥିଲେ । ଏଥି ସହିତ ଭୁବନେଶ୍ୱର ଫେରି ବାତ୍ୟା ପ୍ରଭାବିତ ଅଂଚଳର ସ୍ଥିତି ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ବାତ୍ୟା ମୁକାବିଲା ପାଇଁ ଓଡିଶା ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡିକର ବେଶ୍ ପ୍ରଶଂସା କରିବା ସହିତ ଏଥି ଯୋଗୁଁ ଅନେକ ଧନଜୀବନ ରକ୍ଷା କରାଯାଇପାରିଥିବା କହିଛନ୍ତି ।

ବାତ୍ୟା ମୁକାବିଲାରେ ସରକାରଙ୍କ ସହିତ ଓଡିଶାର ଜନସାଧାରଣଙ୍କ ସହଯୋଗ ପାଇଁ ଏହା ସଫଳ ହୋଇଥିବା ସେ କହିଛନ୍ତି । ଏଥି ସହିତ ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ବାତ୍ୟା ଜନିତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡିଶା ଆସିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.