Latest Odisha News

BREAKING NEWS

ଟିକାକରଣ ଲାଗି ନୂଆ ନିୟମ; ଟିକା ନାହିଁ ତ ଚାକିରି ନାହିଁ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ଭାରିଆଣ୍ଟର ବିସ୍ତାର ଏବେ ଚିନ୍ତାର ବିଷୟ ହୋଇଛି। ଏହି ସମୟରେ ମାରାତ୍ମକ ଭୂତାଣୁରୁ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ବିଶେଷଜ୍ଞଙ୍କ ମତନୁଯାୟୀ ଯଦି ସମସ୍ତେ ଟିକାକରଣ କରନ୍ତି ତେବେ ଏଥିରୁ ରକ୍ଷା ପାଇହେବ।

ତେବେ ଫିଜିରେ ଡେଲଟା ଭାରିଆଣ୍ଟ୍‌ରୁ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ କର୍ମଚାରୀଙ୍କ ଲାଗି ସରକାର ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆଉ ଏକ ଘୋଷଣା ମଧ୍ୟ କରିଛନ୍ତି ଯେ ଯେଉଁମାନେ ଟିକା ନ‌ ନେବେ ସେମାନଙ୍କୁ ଚାକିରି ହରାଇବାକୁ ପଡ଼ିବ।

ପିଏମ୍‌ ଫ୍ରାଙ୍କ୍ ବେନିମାରାମା କହିଛନ୍ତି ଯେ ଦକ୍ଷିଣ ପ୍ରଶାନ୍ତ ରାଷ୍ଟ୍ରର ୯୩୦,୦୦୦ ର ସମସ୍ତ ସରକାରୀ କର୍ମଚାରୀ ଯଦି ଅଗଷ୍ଟ ୧୫ ସୁଦ୍ଧା ପ୍ରଥମ ଡୋଜ୍‌ ଏବଂ ନଭେମ୍ବର ୧ ସୁଦ୍ଧା ଦ୍ବିତୀୟ ଡୋଜ ଗ୍ରହଣ ନକରନ୍ତି ତେବେ ସେମାନଙ୍କୁ ଛୁଟିରେ ଯିବାକୁ ପଡିବ।

Leave A Reply

Your email address will not be published.