ଭୁବନେଶ୍ୱର: କମ୍ ସଂଖ୍ୟକ ଯାତ୍ରୀ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଅପରାହ୍ନ ସମୟରେ ‘ମୋ ବସ୍’ ନଚଳାଇବାକୁ ଗୁରୁବାର ଦିନ ନିଷ୍ପତ୍ତି ନିଆଯାଇଛି ।
ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ଟ୍ୱିଟ୍ ଅନୁଯାୟୀ ମଧ୍ୟାହ୍ନ ୧୨ଟାରୁ ୩ଟା ୩୦ମି. ଯାଏଁ ‘ମୋ ବସ୍’ ସେବା ଉପଲବ୍ଧ ହେବ ନାହିଁ ।
Good Morning!
Please note #MoBus? service is not available between 12 PM- 3.30 PM due to less footfall.
Gradually we will resume operation on more routes and increase frequency.
— Capital Region Urban Transport (@CRUT_BBSR) September 3, 2020
ଏହାବ୍ୟତିତ ଆଗାମୀ ଦିନରେ ବସ୍ ସଂଖ୍ୟା ବୃଦ୍ଧି ପାଇବାକୁ ଥିବା ବେଳେ ଅଧିକ ରୁଟରେ ମଧ୍ୟ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି ।
ଅନଲକ୍ ୪ ଗାଇଡଲାଇନ୍ ଫଳରେ ସାପ୍ତାହନ୍ତ ସଟଡାଉନ୍ ଉଠିବା ପରେ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହକୁ ୭ ଦିନ ‘ମୋ ବସ୍’ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ୮ଟି ରୁଟରେ ଗଡୁଛି ମୋ ବସ୍ । ତନ୍ମଧ୍ୟରେ ରହିଛି- ରୁଟ୍ ୧୧- (ନନ୍ଦନ ବିହାରରୁ ଲିଙ୍ଗିପୁର), ୧୬ (ମାଷ୍ଟର କ୍ୟାଣ୍ଟିନରୁ ବିଜୁ ପଟ୍ଟନାୟକ ପାର୍କ, କଟକ), ୧୮- (ବରମୁଣ୍ଡାରୁ ଜଗତପୁର), ୨୦- (ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣି ବିହାର), ୨୩- (ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ୍), ୨୪- (ସାଇ ମନ୍ଦିରରୁ କଳିଙ୍ଗ ବିହାର), ୨୫- (ଡୁମଡୁମାରୁ ମଞ୍ଚେଶ୍ୱର) ଏବଂ ୩୩ (ମାଷ୍ଟର କ୍ୟାଣ୍ଟିନରୁ ପିପିଲି) ।
Comments are closed.