Latest Odisha News

BREAKING NEWS

ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ

ଢେଙ୍କାନାଳ: ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ମୃତ୍ୟୁ ବରଣ କରିଛନ୍ତି ।

ସେ ଢେଙ୍କାନାଳ ଜିଲ୍ଲାର ଡିଆଇଏବଂପିଆରଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ରାଉତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପିଡିତ ଥିଲା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତେବେ କିଡନୀ କାମ ନକରିବାରୁ ତାଙ୍କର ଦେହାନ୍ତ ହୋଇଥିବା ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଶ୍ରୀ ରାଉତଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ଢେଙ୍କାନାଳ ପ୍ରଶାସନ ।

Leave A Reply

Your email address will not be published.