Latest Odisha News

BREAKING NEWS

ମାଗଣା ଆମ୍ବୁଲାନ୍ସ ପାଇଁ ୮୦୦୦ ମାଗିଲେ ଡ୍ରାଇଭର; ପୁଅ ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ଯାତ୍ରା କଲା ବାପା

କୋଲାକାତା: ମାଗଣା ଆମ୍ବୁଲାନ୍ସ ସେବା ପାଇଁ ୮୦୦୦ ମାଗିଲେ ଡ୍ରାଇଭର। ଶେଷରେ ଅନ୍ୟ ଉପାୟ ନ ପାଇ ୫ ମାସର ପୁଅର ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ବସ୍‌ରେ ଯାତ୍ରା କଲେ ବାପା। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ କାଳିଆଗଞ୍ଜରେ।

ଖବର ଅନୁସାରେ ଅଶୀମ ଦେବଶର୍ମା ନାମକ ଜଣେ ବ୍ୟକ୍ତିଙ୍କର ୫ ମାସର ଶିଶୁର ଚିକିତ୍ସା ନର୍ଥ ବେଙ୍ଗଲ ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ ହୋଇଥିଲା। ଚିକିତ୍ସାରେ ୧୬ ହଜାର ଖର୍ଚ୍ଚ କରିବା ପରେ ପିଲା ବଞ୍ଚି ନଥିଲା । ମୃତଦେହ ଶିଲିଗୁଡ଼ିରୁ କାଳିଆଗଞ୍ଜ ଆଣିବାକୁ ୮ ହଜାର ଟଙ୍କା ମାଗିଥିଲା ଆମ୍ବୁଲାନ୍ସ ଡ୍ରାଇଭର। ପାଖରେ ଟଙ୍କା ନଥିବାରୁ ମୃତପୁଅର ଶବକୁ ବ୍ୟାଗ୍‌ରେ ଲୁଚାଇ ବସ୍‌ରେ ଯାତ୍ରା କରି ମଶାଣି ଆଣିଥିଲେ ବାପା ଆଶୀମ।

ପୁଅ ଶବ ନେଉଥିବା କାହାକୁ କହିପାରି ନଥିଲେ। କାରଣ ଭୟ ଥିଲା ଯଦି ଲୋକମାନେ ଜାଣିଯିବେ ତେବେ ସେମାନେ ତାଙ୍କୁ ବସ୍‌ରୁ ଓହ୍ଲାଇ ଦେବେ। ଏଥିପାଇଁ ବ୍ୟାଗ୍‌ରେ ଶବ ଲୁଚାଇ ଅତି ସନ୍ତର୍ପଣରେ ଗାଁରେ ପହଞ୍ଚିଥିଲେ। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ଘଟଣାକୁ ନେଇ ମମତା ସରକାରଙ୍କୁ ଟାର୍ଗେଟ୍ କରିଛି ବେଙ୍ଗଲ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ। ସ୍ୱାସ୍ଥ୍ୟା ସାଥୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଶ୍ନ ଉଠାଇ ବେଙ୍ଗଲ ସରକାରଙ୍କୁ ଘେରିଛନ୍ତି। ଅନ୍ୟପଟେ ଟିଏମ୍‌ସି କହିଛି ଯେ ଶିଶୁର ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟକୁ ନେଇ ବିଜେପି ରାଜନୀତି କରୁଛି।

Leave A Reply

Your email address will not be published.