Latest Odisha News

BREAKING NEWS

ଭାଗବାଣ୍ଟି ମୁଖ୍ୟମନ୍ତ୍ରୀ ହେବେ ! ସିଦ୍ଧରମୈୟା ପ୍ରଥମ ୨ ବର୍ଷ, ଶିବ କୁମାର ଶେଷ ୩ ବର୍ଷ!

ବାଙ୍ଗାଲୋର:କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ତେଜୁଛୁ ବିବାଦ । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । କିଏ ହେବ ମୁଖ୍ୟମନ୍ତ୍ରୀ ? ନେତା ବାଛିବାକୁ ନେଇ ଏବେ ଦ୍ୱନ୍ଦ୍ୱରେ ଦଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଦୁଇ ଜଣ ଦାବିଦାର  । ସିଦ୍ଧରମୈୟା  ଏବଂ ଡିକେ ଶିବକୁମାର । ରବିବାର ଏ ନେଇ  ବିଧାୟକ ଦଳ ବୈଠକ ଏକ ହୋଟେଲରେ ବସିଥିଲା । ଏଥିରେ ନବ ନିର୍ବାଚିତ ୧୩୫ ବିଧାୟକ ସାମିଲ ହୋଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପାଇଁ ଭୋଟିଂ ହୋଇଥିଲା । ବିଧାୟକଙ୍କ ମଧ୍ୟରୁ କେତେଜଣ ସିଦ୍ଧରମୈୟା ଏବଂ କେତେଜଣ ଡିକେ ଶିବକୁମାର, କେହି କେହି ଡାକ୍ତର ଜୀ ପରମେଶ୍ୱର, କେହି ଖଡଗେ ଏବଂ କେତେଜଣ ଲାଙ୍ଗାୟତ ନେତା ଏମବି ପାଟିଲଙ୍କ ନାମ ସୁପିରିଶ କରିଥିଲେ । କିଛି ବିଧାୟକ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡି ଦେଇଥିଲେ ।

ଭୋଟ ଗଣନା  ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡଗେଙ୍କ ସମ୍ମୁଖରେ କରାଯିବ ।  ତେବେ କାହା ସପକ୍ଷରେ କେତେ ଭୋଟ ପଡିଛି ତାହା ଗୋପନ ରଖାଯିବ । କାରଣ ଏହି ଭୋଟ କେବଳ ବିଧାୟକଙ୍କ ମତ ଜାଣିବା ପାଇଁ କରାଯାଇଥିଲା ତେବେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ ଆଜି ଅର୍ଥାତ ସୋମବାର ଦିଲ୍ଲୀ ଡକାଯାଇଛି । ସେମାନଙ୍କ ସହ ଆଲୋଚନା ପରେ ମଙ୍ଗଳବାର ବା ବୁଧବାର ମୁଖ୍ୟମନ୍ତ୍ରୀ କିଏ ହେବ ଘୋଷଣା କରାଯିବ । କୁହାଯାଉଛି, ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଏବଂ ୩୦ କ୍ୟାବିନେଟ ସଦସ୍ୟ ଶପଥ ନେଇପାରନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଖା ଦେଇଥିବା ବିବାଦର କିପରି ସମାଧାନ କରାଯିବ ତାହା ଏବେ ପ୍ରମୁଖ ପ୍ରଶ୍ନ । ଗୋଟଏ ପକ୍ଷେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦକୁ ଭାଗିଦାରୀରେ ନେବାକୁ ରାଜି ଅଛନ୍ତି । କ୍ଷମତାର ପ୍ରଥମ ୨ ବର୍ଷ ସେ ଏବଂ ଶେଷ ୩ ବର୍ଷ ଡିକେ ଶିବକୁମାର ନେବେ ବୋଲି ସିଦ୍ଧରମୈୟା ପରାମର୍ଶ ଦେଇଛନ୍ତି । ଯେହେତୁ ସେ ବୟସରେ ବଡ ତେଣୁ ସେ ୨୦୨୪ ଲୋକ ସଭା ନର୍ବାଚନ ପର୍ଯ୍ୟନ୍ତ ଶାସନ ଚଳାଇବାକୁ ଚାହାନ୍ତି ବୋଲି କହିଛନ୍ତି । ତେବେ ଶିବ କୁମାର ଏହି ପ୍ରସ୍ତାବକୁ ରାଜସ୍ଥାନ ଓ ଛତିଶଗଡ ଉଦାହରଣ ଦେଇ ଖାରଜ କରିଦେଇଛନ୍ତି ।

ଇତିମଧ୍ୟରେ ଦୁଇ ନେତା ବିଧାୟକଙ୍କୁ ନିଜ ସମର୍ଥନ ପାଇଁ ଅନୁରୋଧ କରିଚନ୍ତି । ତେବେ ପ୍ରଶ୍ନ ହେଉଛି, ଯଦି ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସିଦ୍ଧରମୈୟାଙ୍କୁ କିପରି ମନାଯିବ ଏବଂ ତାଙ୍କୁ ଆଉ କି ଦାୟିତ୍ୱ ଦିଆଯିବ ? ଶିବକୁମାର ପଲା ଏଥିପାଇଁ ଭାରି ଅଛି ଯେ, ଦଳ ଗତ ୩ ବର୍ଷ ଭିତରେ ଦଳ ତାଙ୍କ ଠାରୁ ବହୁତ କିଛି ପାଇଛି । ଯଦି ଶିବ କୁମାର ମଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ କ୍ୟାଡରଙ୍କ ପାଖକୁ ଭୁଲ ବାର୍ତ୍ତା ଯିବ  । ଦଳର ଜଣେ ସଚ୍ଚୋଟ କର୍ମୀ ଭାବେ ଶିବ କୁମାର ନିଜର ଭାବମୂର୍ତ୍ତି ତିଆରି କରିପାରିଛନ୍ତି । ତେବେ ଦଳ ଶିବକୁମାରଙ୍କ ସଂଗଠନାତ୍ମକ କୌଶଳକୁ ସମ୍ମାନ ଦେବ ନା ସିଦ୍ଧରମୈୟାଙ୍କ ପ୍ରଶାସନିକ କୌଶଳକୁ ଦେବ ତାହାର ନିଷ୍ପତ୍ତି ନେବା ହାଇକମାଣ୍ଡଙ୍କ ପାଇଁ ଏକ ଚାଲେଞ୍ଜ ନିଶ୍ଚୟ ।

Leave A Reply

Your email address will not be published.