Latest Odisha News

କେରଳ ହାଇକୋର୍ଟଙ୍କ ନୂତନ ଗାଇଡଲାଇନ: ଫିଲ୍ମ ରିଲିଜର ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ରିଭ୍ୟୁ ରିଲିଜ

ନୂଆଦିଲ୍ଲୀ: ଏକ ଫିଲ୍ମ ପାଇଁ ରିଲିଜ ହୋଇଥିବା ରିଭ୍ୟୁ ତା’ର ଆୟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାକୁ ନେଇ ଦୀର୍ଘ ଦିନ ଧରି ବିତର୍କ ମଧ୍ୟ ଚାଲିଛି । ସୋସିଆଲ ମିଡିଆର ଏହି ଯୁଗରେ, ଆପଣମାନେ ଘରେ ବସି ରିଭ୍ୟୁ ସାହାଯ୍ୟରେ ଫିଲ୍ମର ପୁରା କାହାଣୀ କାହାଣୀ ବିଷୟରେ ଜାଣିପାରିବେ । ତେବେ ଅନେକ ଥର ଦେଖିବାକୁ ମିଳିଛି ଯେ, ଫିଲ୍ମକୁ ନେଇ ରିଲିଜ ହୋଇଥିବା ନକାରାତ୍ମକ ରିଭ୍ୟୁଗୁଡ଼ିକ ପାଇଁ ଫିଲ୍ମର ଆୟ ଉପରେ ଗଭୀର ପ୍ରଭାବ ପଡିଥାଏ । ଏହାରି ଭିତରେ କେରଳ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଫିଲ୍ମ ରିଲିଜ୍ ହେବାର ୪୮ ଘଣ୍ଟା ପରେ ଏହାର ସମୀକ୍ଷା କରିବାକୁ ସୁପାରିଶ କରିଛନ୍ତି। କୋର୍ଟ ଏହି ସୁପାରିଶକୁ ଗ୍ରହଣ କରିଛନ୍ତି ।

କେରଳ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରିର ଶ୍ୟାମ ପ୍ୟାଡମ୍ୟାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ସେହିଲୋକଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେଉଁମାନେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନକାରାତ୍ମକ ରିଭ୍ୟୁ ଦିଅନ୍ତି । କୋର୍ଟ କହିଛନ୍ତି ଯେ, କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଫିଲ୍ମ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ସେୟାର କରିଥାଆନ୍ତି। ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ରର ଆୟ ବିଶେଷ ମାତ୍ରାରେ ପ୍ରଭାବିତ ହେବା ସହ ଫିଲ୍ମର ନିର୍ଦ୍ଦେଶକ ଏବଂ ପୁରା ଟିମଙ୍କର କଠିନ ପରିଶ୍ରମ ମଧ୍ୟ ନଷ୍ଟ ହୋଇଯାଏ ।

ତେବେ କିଛି ଟଙ୍କା ପାଇବା ଆଶାରେ ଲୋକ ଏପରି କରିଥାଆନ୍ତି କିନ୍ତୁ ଯେତେବେଳେ ସେମାନଙ୍କୁ ତାହା ମିଳେନାହିଁ ସେତେବେଳେ ସେମାନେ ଉକ୍ତ ଫିଲ୍ମ ବିରୁଦ୍ଧରେ ନକାରାତ୍ମକ ରିଭ୍ୟୁ ଦେବା ଆରମ୍ଭ କରିଦିଅନ୍ତି । ଏହି କାର୍ଯ୍ୟ ଜବରଦଖଲ, ବ୍ଲାକମେଲ ଇତ୍ୟାଦି ଅପରାଧ ଅଧୀନରେ ଆସୁନଥିବାରୁ ଏହା ବିରୋଧରେ ମାମଲା ରୁଜୁ କରାଯାଇପାରିବ । ଏଭଳି ପରିସ୍ଥିତିରେ, ଏହାକୁ ରୋକିବା ପାଇଁ ଫିଲ୍ମ ରିଲିଜ ହେବାର ୪୮ ଘଣ୍ଟା ପାଇଁ କୌଣସି ଲୋକ ରିଭ୍ୟୁ ଦେଇପାରିବେ ନାହିଁ । ଯଦି ଆପଣ ଫିଲ୍ମ ରିଲିଜ ହେବାର ୪୮ ଘଣ୍ଟା ମଧ୍ୟରେ କୌଣସି ଫିଲ୍ମକୁ ନକାରାତ୍ମକ ଭାବେ ରିଭ୍ୟୁ କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ଦଣ୍ଡିତ କରାଯାଇପାରିବ ବୋଲି କହିଛନ୍ତି ମାନ୍ୟବର ହାଇକୋର୍ଟ ।

 

 

Leave A Reply

Your email address will not be published.