Latest Odisha News

BREAKING NEWS

ଦିଲ୍ଲୀ ଶାନ୍ତିନଗରରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ଚାରି ଜଣ । ଦିଲ୍ଲୀର ଶାହଦରା ସ୍ଥିତ ଶାନ୍ତିନଗରରେ ଘଟିଛି ଏହି ଘଟଣା । ଏକ ଆବାସିକ କୋଠାରେ ନିଆଁ ଲାଗିବାରୁ ୨ ଶିଶୁ ସମେତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ଥିବା ପାର୍କିଂ ସ୍ଥାନରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

ସୂଚନା ଅନୁସାରେ, ଦିଲ୍ଲୀର ଶାହଦରା ଅଞ୍ଚଳର ଶାନ୍ତିନଗରରେ ଥିବା ଏକ ଘେର ଅଚାନକ ନିଆଁ ଲାଗିଯାଇଥିଲା । ଘରର ଗ୍ରାଉଣ୍ଡ ଫ୍ଲୋରରେ ଥିବା ପାର୍କିଂରେ ନିଆଁ ଲାଗି ପୁରା ଘରକୁ ବ୍ୟାପିଯାଇଥିଲା । ଘରୁ କଳା ଧୂଆଁ ବାହାରୁଥିବାର ଦେଖି ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଗୋଟେ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁ ସମେତ ସ୍ଵାମୀ ଏବଂ ସ୍ତ୍ରୀ ଜୀବନ୍ତ ଜଳିଯାଇଛନ୍ତି । ମୃତକ ହେଉଛନ୍ତି ଚାରି ଜଣ ହେଉଛନ୍ତି ସ୍ଵାମୀ ମନୋଜ (୩୦) ଏବଂ ସ୍ତ୍ରୀ ସୁମନ (୨୮) । ତାଙ୍କ ସହ ତାଙ୍କର ୫ବର୍ଷ ଓ ୩ବର୍ଷର ଦୁଇ ଶିଶୁ ମଧ୍ୟ ଜୀବନ୍ତ ଜଳିଯାଇଛନ୍ତି । ତେବେ କେଉଁ କାରଣରୁ ଏହି ନିଆଁ ଲାଗିଥିଲା ତହା ଏଯାବତ୍ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.