ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ । ନେଗେଟିଭ ବାହାରୁଥିବା ବ୍ୟକ୍ତିଙ୍କୁ ସାତଦିନ ଆଇସୋଲେସନରେ ରଖାଯିବ । ସାତଦିନ ପରେ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ ବାହାରିଥିବେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ ଓ ଟ୍ରିଟମେଣ୍ଟ କରାଯିବ ।
ଫୋକାଲ ପଏଣ୍ଟରେ କେଶ ବଢ଼ୁଛି ସେ କେଶଗୁଡ଼ିକର ଟେଷ୍ଟିଂ ହେବ ଓ ତାର ଜିନମ ସିକ୍ୟୁଏନ୍ସ କରାଯିବ । ଅଧିକ କେଶ ବଢ଼ୁଥିବା ସ୍ଥାନକୁ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ । ପ୍ରଥମ ଓ ଦ୍ୱିତୀୟ ଲହରରେ ଯେଉଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୃଢ଼ କରିବା ପାଇଁ କହିଥିଲେ । ରେଗୁଲାର ସାଇଣ୍ଟିଫିକ୍ ଡ଼ାଟା ଜନସାଧାରଣଙ୍କୁ ଦିଆଯିବ ।
ଏୟାରପୋର୍ଟ ହେଉ କି ବର୍ଡ଼ର ହେଉ ଏଥିରେ କଡ଼ାକଡ଼ି ଚେକିଂ ହେବ । ଏୟାର ସୁବିଧା ପୋର୍ଟାଲରୁ ଯେଉଁମାନେ ଟ୍ରାନଜିଟ ଦେଇ ଦେଇ ଆସୁଛନ୍ତି ସେହି ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିବେଦନ କରିଛନ୍ତି । ଗତକାଲି ତିନିଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ମାସ୍କ ହିଁ ଆମ ପାଇଁ କବଚ ହେବ ।
Comments are closed.