Latest Odisha News

BREAKING NEWS

ରଥଯାତ୍ରାରେ ପାଗ ଶୁଖିଲା ରହିବ, ଆଗାମୀ ଦୁଇଦିନ ନାହିଁ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ତିନି ଧରି ଜାରି ରହିଥିôବା ଲଗାଣ ବର୍ଷା ପରେ ଆସନ୍ତା ୨ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ବୁଧବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଆସନ୍ତାକାଲି ହେବାକୁ ଥିବା ‘ରଥଯାତ୍ରା’ ଦିନ ପାଗ ଏକପ୍ରକାର ଶୁଖିଲା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଆଗାମୀ ୨ ଦିନ ଯାଏଁ ପାଗ ଶୁଖିଲା ରହିବାକୁ ଥିବାବେଳେ ପୁନର୍ବାର ଜୁଲାଇ ୫ ତାରିଖରୁ ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ ।

Leave A Reply

Your email address will not be published.