Latest Odisha News

BREAKING NEWS

ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ !

ପୁରୀ: ଘଟଣାଟି ଘଟିଛି ପୁରୀ ଶ୍ରୀମନ୍ଦିରରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ । ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଆଖି ଖୋଲିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ମହିଳା ପୁରୁଷ ଧାଡ଼ି ବାନ୍ଧି ଯାଉଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିଲେ ପୁଲିସ । ହାତରେ ଲାଠି ନଥିଲା, ଥିଲା ଗୁଆ ଖୋଳପା । ଯାହା ଅତି ହାଲୁକା । କେବଳ ଡରାଇ ଭକ୍ତ ମାନଙ୍କୁ ଧାଡ଼ିରେ ନେବାକୁ ଏହାକୁ ଧରିଥାନ୍ତି ପୁଲିସ ।

ମିଳିଥିବା ସୂଚନାନୁଯାୟୀ, ନେତ୍ରୋତ୍ସବରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ଗହଳି ଲାଗିଥାଏ । ସମେସ୍ତ ଠେଲାପେଲା ହୋଇ ଯାଉଥାନ୍ତି । ଜଣେ ମହିଳା ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି । ଲକ୍ଷ୍ୟ ଥାଏ କାଳିଆର ଚକାଆଖି ଦର୍ଶନ । ଯିବା ଆସିବା ବେଳେ ଧାଡ଼ିରୁ ବାହାରି ଗଲେ । ତାଙ୍କୁ ଧାଡ଼ିକୁ ଆଣିବା ଓ ଠେଲାପେଲାକୁ ରୋକିବା ପାଇଁ ପାଖରେ ଥିବା ପୁଲିସ କର୍ମୀ ଗୁଆ ଖୋଳପା ଚଳାଇଥିଲେ । ଠେଲାପେଲା ନକରି ଶୃଙ୍ଖଳାରେ ଯିବାକୁ କହିଥିଲେ । ଗୁଆ ଖୋଳପାଟି ଜଣେ ମହିଳାଙ୍କ ଆଖ ନିକଟରେ ବାଜି ଖଣ୍ଡିଆ ହୋଇଗଲା । ସେ ଚିକ୍ରାର କରି ଉଠିଲେ । ଧାଡ଼ିରେ ଯାଇ ଦର୍ଶନ କରି ଫେରିଲେ । କିଛି ଲୋକ କହିଲେ, ଥାନାରେ ଅଭିଯେଗା କରିବା ପୁଲିସ ନାମରେ । ସେ ପିଟିଛି । ମହିଳା ଜଣକ ସିଂହଦ୍ୱାର ଥାନାକୁ ଯାଇ ଅଭିଯୋଗ କଲେ । ବସିଥିଲେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଲେ, ମା’ କେହି ପୁଲିସ ପିଟିବେ ନାହିଁ । ଭିଡ଼ ନିୟନ୍ତ୍ରଣ କରିବାକୁ ସେ ଗୁଆ ଖୋଳପାରେ ବାଡ଼େଇ ଦେଇଛନ୍ତି । ତାଙ୍କ ପାଇଁ ମୁଁ କ୍ଷମା ମାଗୁଛି । ଏହାପରେ ଆଇଜି ଜଣେ ମହିଳା ଓ ଜଣେ ପୁରୁଷ ପୁଲିସ ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇ ଛାଡ଼ିଥିଲେ । ଗୁଆ ଖୋଳପା ବାଜିଲା ବୋଲି ତ ସୁରକ୍ଷା ବଳୟରେ ଯାଇ ଦର୍ଶନ ପାଇଲେ ମହିଳା ଜଣକ । ସେଥିପାଇଁ ସେ ସାଧୁବାଦ ଦେଇ ଯାଇଥିଲେ ।

ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ । ଠେଲାପେଲାରେ ନୁହେଁ ପୁଲିସ ସୁରକ୍ଷାରେ ଯାଇ ଦର୍ଶନ କଲେ ମହିଳା । ଏଥିପାଇଁ ଠାକୁରଙ୍କୁ ଯେତିକି କୃତଜ୍ଞତା ଜଣାଇଲେ ପୁଲିସକୁ ସେତିକି ପ୍ରଶଂସା କଲେ । ମାତ୍ର କିଛି ସମୟ ମଧ୍ୟରେ ଅଘଟଣର ଅଭିଯୋଗ ବି ଉଭେଇ ଗଲା ।

ଏଠାରେ ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିସର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ମଧ୍ୟରେ ଭକ୍ତମାନେ କିପରି ଶୃଙ୍ଖଳାର ସହିତ ରଥଯାତ୍ରା ପୂର୍ବରୁ ଏବଂ ପରେ ଦର୍ଶନ କରିପାରିବେ ସେଥି ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ଏନେଇ ଅନେକ ପଦକ୍ଷେପ ଗ୍ରହଣ କରିଛି । ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ମଧ୍ୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ଅହରହ ସୁରକ୍ଷା ଯୋଗାଇଦିଆଯାଇଛି । ଅତୀତରେ ଘଟିଥିବା ଅନେକ ଅଘଟଣ ଲାଗି ଏବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିବା ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.