Latest Odisha News

BREAKING NEWS

୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା ।

୨୪ ଘଣ୍ଟାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼଼ା, ସୋନପୁର, ବଲାଙ୍ଗିର, ବୌଦ୍ଧ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କାଳବୈଶାଖୀ ନେଇ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି ।

ହିଟୱେଭ୍ ନେଇ ୧୧ରୁ ୧୪ ତାରିଖ ଯାଏ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼଼ା, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ୧୫ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ଆଗାମୀ ୪ ଦିନ ଯାଏ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ଦିନ ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଉପରେ ରହିବ । ଗରମ ଓ ଗୁଳୁଗୁଳି ଆହୁରି ୪ ଦିନ ଯାଏ ଲାଗି ରହିବ ।

Leave A Reply

Your email address will not be published.