Latest Odisha News

ଶରୀରରେ ବୃଦ୍ଧି ପାଉଛି କି କୋଲେଷ୍ଟ୍ରଲ ? ଜାଣନ୍ତୁ ନିୟନ୍ତ୍ରଣ କରିବାର ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ରହିଥାଏ। ସାଧାରଣ ସ୍ତରରେ ଏହା ଶରୀର ପାଇଁ ଏକ ଜରୁରୀ ପଦାର୍ଥ। ଯଦି ରକ୍ତରେ ଏହାର ଉପସ୍ଥିତି ଅତ୍ୟଧିକ ହୋଇଯାଏ, ତେବେ ଏହା ଏକ ନିରବ ଘାତକ ପାଲଟିଯାଏ। ଯାହା ଲୋକଙ୍କ ହୃଦଘାତ ହେବାରେ ଆଶଙ୍କା ଦେଇଥାଏ। କୋଲେଷ୍ଟ୍ରଲ ଶରୀରର ପ୍ରତ୍ୟେକ କୋଷରେ ଉପସ୍ଥିତ ଥାଏ। ଖାଦ୍ୟ ହଜମ କରିବାରେ, ହରମୋନ୍ ତିଆରି କରିବାରେ ଏବଂ ଭିଟାମିନ୍ ଡି ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ କାର୍ଯ୍ୟ କରିଥାଏ। ଆମ ଶରୀର ଏହାକୁ ଉତ୍ପାଦନ କରେ, କିନ୍ତୁ ଏହା ଖାଦ୍ୟ ମାଧ୍ୟମରେ ମଧ୍ୟ ମିଳିପାରିବ।

ଉଚ୍ଚ ଏଲଡିଏଲ କୋଲେଷ୍ଟ୍ରଲ ଅନେକ କାରଣ ହୃଦୟ ସମସ୍ୟା କିମ୍ବା ଷ୍ଟ୍ରୋକ ସହିତ ସଂଯୁକ୍ତ ହୋଇପାରେ। ତେବେ ଆମ ଶରୀରରେ କୋଲେଷ୍ଟ୍ରଲ କେତେ ପରିମାଣରେ ରହିବା ଆବଶ୍ୟକ ସେ ସମ୍ପର୍କରେ ଜାଣିବା। କୋଲେଷ୍ଟ୍ରଲର ପରିମାଣ ଜାଣିବା ପାଇଁ ଆମକୁ ପ୍ରଥମେ ଲିପିଡ ପ୍ରୋଫାଇଲ ଟେଷ୍ଟ କରେଇବାକୁ ପଡ଼ିବ।

– ଯଦି ଏଲଡିଏଲ ସ୍ତର ୧୦୦ ରୁ କମ୍ ତେବେ ଚିନ୍ତା କରିବାର କିଛି ନାହିଁ।
– ୧୦୦ ରୁ ୧୨୯ ମିଗ୍ରା / ଡିଏଲ୍ ମଧ୍ୟରେ ଥିବା ସେହି ବ୍ୟକ୍ତିଙ୍କ ପାଇଁ ଭଲ ଯେଉଁ ବ୍ୟକ୍ତିଙ୍କ ଶରୀରରେ କୌଣସି ରୋଗ ନଥାଏ, କିନ୍ତୁ ହୃଦ ରୋଗୀଙ୍କ ପାଇଁ ଏହା ବିପଦଜନକ ଅଟେ।
– ୧୩୦ ରୁ ୧୫୯ ମିଗ୍ରା / ଡିଏଲ୍ କୁ ସୀମା ରେଖାର ଉଚ୍ଚସ୍ତର ଭାବରେ ବିବେଚନା କରାଯାଏ।
– ୧୬୦ ରୁ ୧୮୯ ମିଗ୍ରା / ଡିଏଲ୍ କୁ ଉଚ୍ଚ ସ୍ତର ବୋଲି ବିବେଚନା କରାଯାଏ।
– ୧୯୦ ରୁ ଏମଜି/ ଡିଏଲ୍ ଅତ୍ୟଧିକ ଉଚ୍ଚ ସ୍ତର ଭାବରେ ବିବେଚନା କରାଯାଏ।

ନୋଏଡାର ଜିଆଇଏମଏସ ମେଡିକାଲରେ କାର୍ଯ୍ୟରତ ଡାଇଟିସିଆନ କହିଛନ୍ତି ଯେ, ଯଦି ଆମେ ଆମର ଦୈନନ୍ଦିନ ଖାଦ୍ୟରେ କିଛି ଖାଦ୍ୟ ଅନ୍ତର୍ଭୁକ୍ତ କରିବା, ତେବେ ଏହା କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିବ। ସାଧାରଣତଃ ଫାଇବର ଯୁକ୍ତ ଖାଦ୍ୟ ଖାଇଲେ କୋଲେଷ୍ଟ୍ରଲକୁ କମେଇ ପାରିବା। ସେହି ଖାଦ୍ୟ ଗୁଡିକ ହେଉଛି-

  • ଓଟସ୍
  • ବାର୍ଲି
  • ଶସ୍ୟ ଜାତୀୟ ଖାଦ୍ୟ
  • ଲେମ୍ବୁ
  • ବାଇଗଣ
  • ଭେଣ୍ଡି
  • ବାଦାମ
  • କାନୋଲା ତେଲ
  • ସୋୟା ଆଧାରିତ ଖାଦ୍ୟ
  • ଫ୍ୟାଟି ମାଛ

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାର ଅନ୍ୟ ଉପାୟ-
ସୁସ୍ଥ ଖାଦ୍ୟ ବ୍ୟତୀତ ଆପଣ ଅନେକ ଉପାୟରେ ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲକୁ କମେଇ ପାରିବେ। ଏଥିପାଇଁ ଆପଣଙ୍କୁ ଆପଣଙ୍କର ଦୈନନ୍ଦିନ ଜୀବନଶୈଳୀ ଏବଂ ରୁଟିନରେ ପରିବର୍ତ୍ତନ ଆଣିବାକୁ ପଡିବ। ଆପଣ ହେଲଦି ଡାଏଟ ଫଲୋ କରନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ଶରୀର ଓଜନ ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ।

Leave A Reply

Your email address will not be published.